ରାଉରକେଲା; ରାଉରକେଲାରେ ଲଜ୍ଜା । ପୁଣି ଥରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଅମାନବୀୟ ଘଟଣା ଘଟିଛି ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅଂଚଳରେ ।
ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ଜଣେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଛି ସେହି ଅଞ୍ଚଳର ୨୫ ବର୍ଷୀୟ ଯୁବକ । ଏହାପରେ ନିଜକୁ ବଂଚାଇବାକୁ ଉଦ୍ୟମ କରି ୩ ମହଲା ଛାତରୁ ଡେଇଁ ପଡିଥିଲା ଦୁଷ୍କର୍ମକାରୀ । କିନ୍ତୁ ବିଳମ୍ବିତ ରାତିରେ ଗୁରୁତର ଅବସ୍ଥାରେ ଯୁବକକୁ ଉଦ୍ଧାର କରି ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତ ନାଁରେ ମାମଲା ରୁଜୁ କରିଛି ପୋଲିସ ।