ଜଗତସିଂହପୁର : ରାତି ଅଧରେ ଘରେ ପଶି କଳାକନା ବୁଲାଇ ଦେଲେ ଦୁର୍ବୁର୍ତ୍ତ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଅଁଳା ପଞ୍ଚାୟତର କବିରପାଟଣା ଗ୍ରାମରେ ରାତି ଅଧରେ ଘରେ ପଶି କଳାକନା ବୁଲାଇ ଦେଲେ ଦୁର୍ବୁତ୍ତ । ରବିବାର ବିଳମ୍ବିତ ରାତିରେ କବିରପାଟଣା ଗ୍ରାମର ଜ୍ଞାନରଞ୍ଜନ ସାହୁଙ୍କ ଘରେ ପଶି ଦୁର୍ବୁତ୍ତମାନେ ଆଲମାରୀ ଭାଙ୍ଗି ନଗଦ ୫୨,୦୦୦ ଟଙ୍କା ସହ ୮ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ସୁନା ଗହଣା ଚୋରି କରି ନେଇ ଚାଲିଯାଇଛନ୍ତି । ସକାଳୁ ପରିବାର ଲୋକେ ଘର ଭିତରେ ଚୋରି ହୋଇଥିବା ଦେଖିଲା ପରେ ଜଗତସିଂହପୁର ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।
ତେବେ ଦେଢ଼ ମାସ ଭିତରେ ଅଂଚଳରେ ଦୁଇ ଦୁଇଟି ଏପରି ଚୋରି ଘଟଣା ନେଇ ପଞ୍ଚାୟତବାସୀ ମାନଙ୍କ ମଧ୍ୟରେ ଛନକା ପସିଲାଣି । କିନ୍ତୁ ନିଶ୍ଚିତ ଭାବରେ ଏହା ବଡ ଚୋର ଗ୍ୟାଙ୍ଗର କାର୍ଯ୍ୟ ବୋଲି ସ୍ଥାନୀୟ ବାସିନ୍ଦା କହୁଛନ୍ତି । ଦେଖିବାକୁ ବାକି ରହିଲା ଯେ ପୋଲିସ ଏହି ରାକେଟ କୁ ଧରିବାରେ ସଫଳ ହେଉଛି ନା କେବଳ ତଦନ୍ତରେ ସୀମିତ ରହୁଛି ।