ନୂଆଦିଲ୍ଲୀ : ଚଳିତ ବର୍ଷ ଆଇପିଏଲରେ ପଂଜାବ କିଙ୍ଗ୍ସ ପାଇଁ ଖେଳୁଥିବା ମ୍ୟାକ୍ସ ୱେଲ ଆହାତ କାରଣରୁ ବାକି ମ୍ୟାଚ ପାଇଁ ବାଦ୍ ପଡ଼ିଛନ୍ତି । ତେବେ ତାଙ୍କ ସ୍ଥାନରେ ଏବେ ଅବଶିଷ୍ଟ ମ୍ୟାଚ ପାଇଁ ଦଳରେ ସାମିଲ ହୋଇଛନ୍ତି ଅଷ୍ଟ୍ରେଲିଆ ଅଲରାଉଣ୍ଡର ମିଚିଲ ଓୱେନ୍ସ ।
ବର୍ତ୍ତମାନ ସମୟରେ ଏହି ଅଲରାଉଣ୍ଡର ଜଣକ ପାକିସ୍ତାନର ପିଏସଏଲରେ ବାବର ଆଜମଙ୍କ ପେସାବର ଜାଲ୍ଲମି ପାଇ ଖେଳୁଛନ୍ତି । ତେବେ ତାଙ୍କର ପିଏସଏଲର ଅଭିଯାନ ଶେଷ କରି ଆଇପିଏଲରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ତେବେ ପଂଜାବ କିଙ୍ଗ୍ସ ତାଙ୍କୁ ତିନି କୋଟି ଟଙ୍କାରେ ଚୁକ୍ତିବଦ୍ଧ କରିଛି ବୋଲି ସୂଚନା ରହିଛି ।
କେକେଆର ମ୍ୟାଚ ପୂର୍ବରୁ ଅଭ୍ୟାସ କରୁଥିବା ସମୟରେ ଆଙ୍ଗୁଳିରେ ଆଘାତ କାରଣରୁ ମ୍ୟାକ୍ସ ୱେଲଙ୍କୁ ଅଧାରୁ ଆଇପିଏଲ ଛାଡ଼ିବାକୁ ପଡ଼ିଛି । ଆଇପିଏଲ ୨୦୨୫ ରେ ମ୍ୟାକ୍ସ ୱେଲ ୬ଟି ମ୍ୟାଚ ଖେଳି ମାତ୍ର ୪୮ ରନ କରିଥିଲେ । ତେବେ ତାଙ୍କ ସ୍ଥାନରେ ଆସିଥିବା ଓୱେନ ଜଣେ ଅଲରାଉଣ୍ଡର । ତାଙ୍କ ଟି-୨୦ କ୍ୟାରିୟରରେ ସେ ଏପର୍ଯ୍ୟନ୍ତ ୬୪୬ ରନ ସଂଗ୍ରହ କରିିବାରେ ସଫଳ ହୋଇଛନ୍ତି ।ଓୱେନ ପ୍ରଥମେ ୩୯ଟି ବଲରେ ଶତକୀୟ ପାଳି ଖେଳି ଟି-୨୦ କ୍ରିକେଟରେ ସମସ୍ତଙ୍କୁ ଆକର୍ଷୀତ କରିଥିଲେ । ୨୦୨୪-୨୫ ବିଗ୍ ବ୍ୟାସ ଲିଗର ଫାଇନାଲରେ ଭଲ ପ୍ରଦର୍ଶନ କରିଥିବାରୁ ପଞ୍ଜାବ ତାଙ୍କୁ ଟିମରେ ସାମିଲ କରିବ ବୋଲି ଜଣାପଡ଼ିଛି। ତେବେ ସେ କେବେ ପଞ୍ଜାବ ଟିମ ସହିତ ସାମିଲ୍ ହେବେ ତାହା ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ।