ଏପ୍ରିଲ ୨୭ ତାରିଖ ପରୀକ୍ଷାକୁ ରଦ୍ଦ କଲା ଓଏସଏସସି (OSSC)। ଏସଆଇ ରାଙ୍କର ବିଭିନ୍ନ ବର୍ଗର ପଦ ପଦବୀ ପାଇଁ ପରୀକ୍ଷା ରଦ୍ଦ କରାଯାଇଛି। ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା ନେଇ ସୂଚନା ମିଳିଛି। ପରିଚାଳନା ତ୍ରୁଟି ପାଇଁ ପୁଣି ଥରେ ଓଏସଏସସି ପକ୍ଷରୁ ଦୁଃଖପ୍ରକାଶ କରିଛନ୍ତି । ସିଲାବସ୍ ବାହାରେ ପ୍ରଶ୍ନ ପଡିଥିବା ଅଭିଯୋଗ କରିଥିଲେ ପରୀକ୍ଷାର୍ଥୀ । ତ୍ରୁଟି ମାନି ଓଏସଏସସି ପରୀକ୍ଷାର୍ଥୀଙ୍କ ଠାରୁ ମଧ୍ୟ ମତାମତ ଲୋଡିଥିଲା । ଏବେ ସାନି ପରୀକ୍ଷା ପାଇଁ ସୂଚନା ଦିଆଯାଇଛି। ଆସନ୍ତା ଜୁଲାଇ ୬ରେ ସାନି ପରୀକ୍ଷା କରାଯିବା ନେଇ ଜଣାପଡ଼ିଛି।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ୨୧ଟି ASI ଟ୍ରାଫିକ୍ ପଦବୀ, ୧୦ଟି ASI ଏକ୍ସାଇଜ୍ ପଦବୀ ପାଇଁ ମିଳିତ ପରୀକ୍ଷା କରିଥିଲେ । ହେଲେ ଯେଉଁ ବିଷୟ ସବୁ ଆସିବା କଥା ତାହା ବଦଳରେ ଅଲଗା ବିଷୟରେ ପ୍ରଶ୍ନ ଆସିଥିଲା । ସେହିଭଳି ଓଡ଼ିଶା ପବ୍ଲିକ ସର୍ଭିସ୍ କମିଶନ ପକ୍ଷରୁ ଆୟୋଜିତ ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ଆନ୍ଥ୍ରୋପଲୋଜିର ପେପର -୧ ଓ ପେପର -୨ ପ୍ରଶ୍ନପତ୍ର ଅଦଳବଦଳ ହୋଇଯାଇଛି । ପରୀକ୍ଷାରେ ଏଭଳି ତ୍ରୁଟିକୁ କର୍ତ୍ତୃପକ୍ଷ ମାନିଥିବା ବେଳେ ପରୀକ୍ଷା ବାତିଲ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ କରିନାହାନ୍ତି । ଏମିତିରେ ପରୀକ୍ଷାର୍ଥୀଙ୍କ ଭିତରେ ତେଜିଛି ଅସନ୍ତୋଷ । ଆଜି OPSC ଅଫିସ ଘେରାଉ କରିଥିଲେ ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ।