ଭୁବନେଶ୍ୱର : ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ହୋଇଥିବା ଦ୍ୱନ୍ଦ୍ୱ ଶେଷରେ ଦୂର କରିଛନ୍ତି ଆଇନ ମନ୍ତ୍ରୀ । ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମହାରଣା ସେବକଙ୍କ ସହ ଆଲୋଚନା ପରେ କଥାର ସତ୍ୟାସତ୍ୟ ଜଣାପଡିଛି । ମାତ୍ର ଅଢେଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ ଅଟେ । ସେବାୟତ ରାମକୃଷ୍ଣ ଦାସମହାପାତ୍ର ଏହା କହୁକହୁ କହି ଦେଇଥିବା ଜଣାଇଛନ୍ତି । ଦୀଘା ମନ୍ଦିରରେ ନିର୍ମାଣ ହୋଇଥିବା ମୂର୍ତ୍ତି ଭୁବନେଶ୍ୱରର ସୁଦର୍ଶନ ମହାରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି ।
ଆଇନ ମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଜଗନ୍ନାଥଙ୍କ ଜିନିଷ ନେଇ କେହି ବଞ୍ଚିଯାଇପାରିବେନି । ସେ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଏହାର ଉଦାହରଣ ଅଛି। ମହାପ୍ରଭୁଙ୍କ ଜିଭ ଛେଲା ଜଣେ ସେବାୟତ ଚୋରି କରିନେଇଥିଲେ। ମାତ୍ର କିଛି ଦିନରେ ସେ ପକ୍ଷାଘାତର ଶିକାର ହୋଇ ତାଙ୍କର ଦେହାନ୍ତ ହେଲା।
ସୂଚନାଯୋଗ୍ୟ ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ଚାଲିଥିବା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ରହିଥିଲେ ।