ଆଜି ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥି । ଏହି ତିଥିକୁ ପବିତ୍ର ସୀତାର ନବମୀ ଭାବରେ ପାଳନ କରାଯାଏ । ଏହି ନବମୀକୁ ଜାନକୀ ନବମୀ ମଧ୍ୟ କୁହାଯାଇଥାଏ । ବିଶ୍ୱାସ ରହିଛି ଏହି ଦିନରେ ମାତା ସୀତା ଧରିତ୍ରୀରୁ ଆବିର୍ଭାବ ହୋଇଥିଲେ । ଏହି ଦିନକୁ ମନେ ରଖିବା ପାଇଁ ସୀତା ନବମୀ ରୂପରେ ପାଳନ କରାଯାଇଆସୁଛି । ଏହି ଦିନରେ ମାତା ସୀତାଙ୍କୁ ପୂଜା କରିବା ଦ୍ବାରା ମା ଲକ୍ଷ୍ମୀଙ୍କ ଅପରା କରୁଣା ବର୍ଷା ହୋଇଥାଏ ।
ବିଶ୍ବାସ କରାଯାଏ ଯେ, ଏହି ଦିନରେ ମା’ଙ୍କୁ ପୂଜା କଲେ ୧୬ ମହାଦାନ ଫଳର ଅଧିକାରୀ ହେବେ । ବୈବାହିକ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇବା ପାଇଁ ସୀତା ନବମୀକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ଏହି ଦିନ ବିବାହିତ ମହିଳାମାନେ ଉପବାସ ରଖନ୍ତି ଏବଂ ସାରା ଜିବନ ଖିସି ରହିବା ପାଇଁ ପ୍ରାର୍ଥନା କରନ୍ତି ।
ତେବେ ଏହିଦିନ ପ୍ରଥମେ ସକାଳୁ ଉଠି ସ୍ନାନ କରନ୍ତୁ ଗଙ୍ଗା ଜଳ ଛିଞ୍ଚି ସବୁଆଡ଼କୁ ପବିତ୍ର କରି ଗୋଟିଏ ସ୍ଥାନଟିରେ ଧଳା କପଡା ପକେଇ ମା ସୀତା ଏବଂ ରାମଙ୍କ ଫୋଟୋ ରଖି ପୂଜାରଧନ ଆରମ୍ଭ କରନ୍ତୁ । ଫୁଲ, ଗୋଟା ଚାଉଳ, ଚନ୍ଦନ, ସିନ୍ଦୁର, ଧୂପ, ଦୀପ ଇତ୍ୟାଦି ମା’ଙ୍କୁ ଅର୍ପଣ କରନ୍ତୁ ଏବଂ ମାଙ୍କୁ ୧୬ ଶୃଙ୍ଗାର ମଧ୍ୟ ଅର୍ପଣ କରନ୍ତୁ । ଏହା ପରେ, ମାତା ସୀତାଙ୍କୁ ଫଳ, ମିଠା ଇତ୍ୟାଦି ଅର୍ପଣ କରନ୍ତୁ। ଶେଷରେ ଜୀବନରେ ସୁଖ ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏପରି ବିଦ୍ଧି ଅନୁସାରେ ପୂଜା କଲେ ମା ସୀତାଙ୍କ ସହ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇଥାଏ ।