ନୂଆପଡା: ନୂଆପଡା ଜିଲ୍ଲା ଖଡିଆଳର ଶାନ୍ତିନଗରପଡାରେ ସକାଳୁ ସକାଳୁ ଫୁଟିଲା ଗୁଳି । ଜଣେ ଯୁବକଙ୍କ ଉପରକୁ ଅତର୍କିତ ଭାବେ ଦୁର୍ବୃତ୍ତମାନେ ଗୁଳି ଚାଳନ କରିଥିଲେ । ସୌଭାଗ୍ୟବଶତଃ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗୁଳି ଚାଳନ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସେମାନେ ବାରମ୍ବାର ତାଙ୍କୁ ପିଛା କରିବା ପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ ଜାରି କରିଛି ।
ପୋଲିସ ଅଭିଯୋଗକୁ ଭିତ୍ତିକରି ସ୍ଥାନୀୟ ଅଂଚଳରେ ଥିବା ସିସିଟିଭିକୁ ଯାଂଚ କରୁଛି । କିଏ ଓ କେଉଁ କାରଣରୁ ଏପରି କାଣ୍ଡ କରିଛି ତାହା ଅସ୍ପଷ୍ଟ ରହିଛି ।