ପାଟନା: ଖେଲୋ ଇଂଣ୍ଡିଆ ଯୁବ କ୍ରୀଡ଼ା ୨୦୨୫ର ଉଦଘାଟନ ଭର୍ଚୁଆଲ ମୋଡରେ କରିଛନ୍ତି ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କ୍ରୀଡାବିତ ମାନଙ୍କୁ ସମ୍ବୋଧିତ କରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିହାରର ବିିଭିନ୍ନ ସହରରେ ଏହି ପ୍ରତିଯୋଗିତା ଆୟୋଜିତ କରାଯିବ । ତେବେ ଏହି ପ୍ରତିଯୋଗିତାରେ ୬ ହଜାର ଖେଳାଳି ଭାଗ ନେଇଛନ୍ତି । ସମସ୍ତ ଖେଳାଳିଙ୍କୁ ସ୍ବାଗତ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କ୍ରୀଡ଼ା ଏକ ସଂସ୍କୃତି ଭାବେ ପରିଚୟ ସୃଷ୍ଟି କରିଛି । କ୍ରୀଡା ସଂସ୍କୃତି ଯେତିକି ବଢିବ ଦେଶରେ ସଫ୍ଟ ପାୱାର ସେତିକି ବଢିବ ।
ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଆଇପିଏଲରେ ଖେଳୁଥିବା ବୈଭବ ସୁର୍ଯ୍ୟବଂଶିଙ୍କ ନାଁ ନେଇ ତାଙ୍କୁ ମଧ୍ୟ ପ୍ରସଂଶା କରୁଥିବାର ନଜର ଆସିଥିଲେ । ସେ କହିଥିଲେ ବିହାରର ପୁଅ ସୁର୍ଯ୍ୟବଂଶିଙ୍କ ପ୍ରଦର୍ଶନ ଦେଖିଲି । ଏତେ କମ ବୟସରେ ବୈଭବଙ୍କ ଜବରଦସ୍ତ ରେକର୍ଡ କରିଛନ୍ତି । ତାଙ୍କର ଏହି ରେକର୍ଡ ପଛରେ କଠିନ ପରିଶ୍ରମ ତ ରହିଛି । କିନ୍ତୁ ଅଧିକ ମ୍ୟାଚ ଖେଳିଥିବାରୁ ସେ ଏହି ରେକର୍ଡର ଅଧିକାରୀ ହୋଇପାରିଛନ୍ତି । ତେଣୁ ଯିଏ ଯେତେ ଖେଳିବ ସିଏ ସେତେ ଚମକିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଅଲମ୍ପିକ ଭାରତରେ ଅନୁଷ୍ଠିତ ହେଉ ଏହା ପ୍ରତିଟି ଭାରତୀୟଙ୍କ ସ୍ବପ୍ନ । ୨୦୩୬ ରେ ଅଲମ୍ପିକ ଆୟୋଜିତ କରିବା ପାଇଁ ଭାରତ ଚେଷ୍ଟା କରୁଛି । କ୍ରୀଡା କ୍ଷେତ୍ରରେ ଭାରତ ଦବଦବା ଜାହିର କରିବା ପାଇଁ ସ୍କୁଲ ସ୍ତରରୁ ସରକାର ପ୍ରତିଭାଙ୍କୁ ଖୋଜି ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଯାହା ଦେଶର ଯୁବକ ମାନଙ୍କୁ କ୍ରୀଡ଼ା କ୍ଷତ୍ରରେ ଆଗକୁ ନେବ ବୋଲି ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ।
ତେବେ ଚଳିତ ବର୍ଷ ଖେଲୋ ଇଂଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତାରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳକରୁ ୬୦୦୦ ପ୍ରତିଯୋଗୀ ଭାଗ ନେଇଛନ୍ତି । ୨୭ଟି ବିଭାଗରେ ପ୍ରତିଦ୍ବନ୍ଦିତା କରାଯିବ । ସେହିପରି ଏହି ପ୍ରତିଯୋଗିତା ଆସନ୍ତା ୧୫ ରେ ଉଦଯାପିତ କରାଯିବ ।