ଭିତରକନିକାରେ ବଢୁଛି ନବରଙ୍ଗୀ ଚଢେଇଙ୍କ ସଂଖ୍ୟା । ଗତବର୍ଷ ଏହି ପକ୍ଷୀ ୧୭୯ ଟି ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୨୧୮କୁ ବୃଦ୍ଧି ପାଇଛି । ନିକଟରେ ଭିତରକନିକା ଜାତୀୟ ଉଦ୍ୟାନରେ ‘ମ୍ୟାନଗ୍ରୁଭ୍ ପିଟା’ ବା ନବରଙ୍ଗୀ ଚଢେଇଙ୍କ ଗଣନା ଶେଷ ହୋଇଛି। ଏବଂ ଗତକାଲି ଗୋଟିଏ ଦିନରେ ୩୬ଟି ଟିମ୍ରେ ୭୨ଜଣ ବନକର୍ମଚାରୀ ୫ଟି ରେଞ୍ଜ୍ରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ। ଆଉ ଏହି ଗଣନାରେ ଗହୀରମଥା ଓ କୁଜଙ୍ଗ ରେଂଜରେ ନବରଙ୍ଗୀ ଚଢେଇ ଦେଖିବାକୁ ମିଳି ନଥିବା ବେଳେ ଭିତରକନିକାର ମହାକାଳପଡା , ରାଜନଗର,କନିକା ରେଂଜରେ ୨୧୮ ଟି ନବରଙ୍ଗୀ ଚଢେଇ ଦେଖିବାକୁ ମିଳିଥିଲା । ଏବଂ କନିକା ରେଂଜର ଭିତରକନିକା ଫରେଷ୍ଟ ବ୍ଲକ ଅଂଚଳରେ ସବୁଠାରୁ ଅଧିକ ୩୨ ଟି ନବରଙ୍ଗୀ ଚଢେଇ ଚିହ୍ନଟ କରାଯାଇଛି । ତେବେ ଗତବର୍ଷ ଠାରୁ ଭିତରକନିକାରେ ଏହି ପକ୍ଷୀ ଗଣନା ଆରମ୍ଭ କରାଯାଇଥିବା ବେଳେ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ୩୯ ଟି ଅଧିକ ପକ୍ଷୀ ଚିହ୍ନଟ ହୋଇଥିବା ଜଣାପଡିଛି ।