ବାଲିଗୁଡା : ପୁଣି ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ ଜବତ। କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁ ନିକଟରେ ଏହି ଗଞ୍ଜେଇ ଜବତ କରିଛି ପୋଲିସ। ଘଟଣା ସ୍ଥଳରୁ ଏକ ବାଇକ ସହ ୧୮ କେଜି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ। ତେବେ ଗିରଫ ଅଭିଯୁକ୍ତ ହେଲା କ.ନୂଆଗାଁ ଥାନା ସୁରାପାଙ୍ଗା ଗାଁର ତ୍ରିଲୋଚନ ସାହୁ। ତେବେ ଏହି ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ।
ସୂଚନା ଅନୁସାରେ, ସୁରାପାଙ୍ଗା ଗାଁ ନିକଟରେ ବେଆଇନ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା କ.ନୂଆଗାଁ ପୋଲିସ। ଏହାପରେ ଏକ ଟିମ୍ ଗଠନ କରି ଅଭିଯୁକ୍ତ ତ୍ରିଲୋଚନ ସାହୁ ଏକ ବାଇକରେ ଗଂଜେଇ ବସ୍ତା ଧରି ନିଜ ଗାଁରୁ ଚାଲାଣ ପାଇଁ ଯାଉଥିବା ସମୟରେ ପୋଲିସ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲାl ଏହାପରେ ଘଟଣା ସ୍ଥଳରୁ ଏକ ବାଇକ ସହ ୧୮ କେଜି ଗଂଜେଇ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ। ତେବେ ଗିରଫ ଅଭିଯୁକ୍ତ ତ୍ରିଲୋଚନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।