ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ବଡବିରୁଆ ଗାଁରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମାଟ୍ରିକ ପରୀକ୍ଷାରେ କମ୍ ମାର୍କ ଆସିଥିବାରୁ ଜଣେ ଛାତ୍ର ଆତ୍ମହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ବଡବିରୁଆଁ ଗାଁର ବ୍ରଜବିହାରି ପଣ୍ଡାଙ୍କ ଏକ ମାତ୍ର ପୁଅ ପ୍ରଜ୍ଞାନ କୁମାର ପଣ୍ଡା ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲରେ ପାଠ ପଢୁଥିଲେ । ଏବଂ ଚଳିତ ବର୍ଷ ପ୍ରଜ୍ଞାନ ମାଟ୍ରିକ ପରୀକ୍ଷା ଦେଇଥିଲେ ଓ ଭଲ ନମ୍ବର ରଖିବେ ବୋଲି ଆଶା ପ୍ରକାଶ କରିଥିଲେ ।
କିନ୍ତୁ ଗତକାଲି ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ପ୍ରଜ୍ଞାନ ସର୍ବମୋଟ ୩୦୭ ନମ୍ବର ରଖି ସି ଗ୍ରେଡରେ ପାସ କରିଥିଲେ । ଆଉ ଭଲ ରେଜଲ୍ଟ କରିପାରିନଥିବାରୁ ସେ ଭାଙ୍ଗି ପଡିଥିଲେ । ଯେଉଁଥିପାଇଁ ସେ ଘରେ କେହି ନଥିବା ବେଳେ ମାଆଙ୍କ ଶାଢୀକୁ ବେକରେ ଲଗାଇ ଫ୍ୟାନରେ ଝୁଲି ପଜିଥିଲେ । ତେବେ ଏନେଇ ଖବର ପାଇ ସୁକିନ୍ଦା ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଇଁ ପଠାଇଥିବା ଜଣାପଡିଛି ।