ଗଜପତି ଜିଲ୍ଲା ରାୟଗଡ଼ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଏସଏସଡି) ଖେଳ ପଡିଆ ଠାରେ ଗଜପତି ଜିଲ୍ଲା ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ପୂର୍ଣ୍ଣବାସୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା କ୍ରୀଡା ଅଧିକାରୀ ରାୟଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧୀର କୁମାର ସିଂ, ରାୟଗଡ ପଞ୍ଚାୟତ ସମିତି ଉପାଅଧ୍ୟକ୍ଷ ଜ୍ୟୋତି ପ୍ରସାଦ ପାଣି ପ୍ରମୁଖ ମଞ୍ଚାସିନ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ମାୟାଧର ସାହୁଙ୍କ ପୌରହିତ୍ୟିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ତେବେ ଏହି କାର୍ଯ୍ୟକ୍ରମରେ ଖୋ-ଖୋ , କବାଡି , ଭଲିବଲ୍ , ସତରଞ୍ଜ , କୁସ୍ତି , ବ୍ୟାଡମିଣ୍ଟନ , ତୀରନ୍ଦାଜ , ଯୋଗାସନ ଏବଂ ଦୌଡକୁଡ ପ୍ରଭୃତି ପ୍ରତିଯୋଗିତା ୨ ଟି ଖେଳ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୭ଟି ବ୍ଲକର ୭ଟି ଜୋନରୁ ୫୫୦ରୁ ଅଧିକ ପ୍ରତିଯୋଗୀ ୧୬ ଗୋଟି ଇଭେଣ୍ଟସରେ ଅଂଶଗ୍ରହଣ କରିଥିଲେ। ଏହାସହିତ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ବିଦ୍ୟାଳୟର ୫୦ରୁ ଅଧିକ କ୍ରୀଡା ଶିକ୍ଷକମାନେ ଯୋଗଦେଇ ସମସ୍ତ କ୍ରୀଡା ପ୍ରତିଯୋଗିତା ସୁଚାରୁରୂପେ ପରିଚାଳନା କରିଥିଲେ।