ଚାଲିଥିଲା ଚେକିଂ ମାଡିବସିଲା ପୋଲିସ । ଏକ ପିକଅପ ଭ୍ୟାନରୁ ନଗଧ 10 ଲକ୍ଷ ଟଙ୍କା ଜବତ କରିଛି ବରଗଡ ଟାଉନ ପୋଲିସ । ତେବେ ପୋଲିସ ଟଙ୍କା ଜବତ କରିବା ସହ ସେହି ଭ୍ୟାନ ଆଉ ସେ ଭ୍ୟାନରେ ଥିବା ବ୍ୟକ୍ତିଙ୍କୁ ଅଟକ ରଖିଛି ।
ସୂଚନା ଅନୁଯାୟୀ ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନ ଆଚାରଣ ଵିଧି ଲାଗୁହୋଇସାରିଛି । ନିର୍ବାଚନ ପାଇଁ ପୋଲିସ ବିଭାଗ ବିଭିନ୍ନ ସ୍ଥାନରେ ନାକାବନ୍ଦୀ ସହିତ ଜାନବାହାନ ଚେକିଙ୍ଗ କରି ଅର୍ଥ ଚାଲାନକାରୀଙ୍କୁ ଏବଂ ନିଶା ପରିବହନ କୁ ରୋକିବାକୁ କଡା ପଦକ୍ଷେପ ନେଇଛି l ତେବେ ବରଗଡ଼ର ବରାହଗୁଡା ଠାରେ ପୋଲିସ ଚେକିଂ କରୁଥିବା ସମୟରେ ବରପାଲି ପଟରୁ ସମ୍ବଲପୁର ପଟକୁ ଯାଉଥିବା ଏକ ପିକଅପ ଭ୍ୟାନରେ 10 ଲକ୍ଷ ଟଙ୍କା ପୋଲିସ ପାଇଥିଲା l ତେବେ ଏତେ ମାତ୍ରାରେ ନଗଦ ଟଙ୍କା ନେଇ ଯାଉଥିବା ଗାଡ଼ି ଡ୍ରାଇଭର ଠାରୁ ସନ୍ତୋଷ ଜନକ ଉତ୍ତର ପାଇନଥିଲା ଏବଂ ଡ୍ରାଇଭର ଜଣକ କୌଣସି କାଗଜପତ୍ର ବା ପ୍ରମାଣ ଦେଖାଇ ପାରିନଥିବାରୁ 10 ଲକ୍ଷ ଟଙ୍କା କୁ ଜବତ କରି ଟାଉନ ଥାନାରେ ଡ୍ରାଇଭର କୁ ଅଟକ ରଖି ପୋଲିସ ଏହାର ତଦନ୍ତ କରୁଛି l
ଅଧିକ ପଢନ୍ତୁ: ନିର୍ବାଚନର ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ସିଇଓ