ଭଦ୍ରକ: ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଘରୋଇ ନସିଂହୋମରେ ଉତ୍ତେଜନା । ଡାକ୍ତର ଏବଂ କର୍ମଚାରୀଙ୍କ ଅବହେଳାରୁ ପ୍ରସ୍ତୁତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ଡାକ୍ତରଖାନାରେ ଭଙ୍ଗାରୁଜା କରିଛନ୍ତିି ମୃତ ମହିଳାଙ୍କ ସମ୍ପର୍କୀୟ । ଭଦ୍ରକ ଜିଲ୍ଲା ଧାମନଗର ସ୍ଥିତ ଗାନ୍ଧୀ ପଡିଆ ନିକଟ ପାଢ଼ୀ ନର୍ସିଂହୋମରେ ଘଟିଛି ଏହି ଘଟଣା ।
ସୂଚନା ଅନୁଯାଇ ଧାମନଗର ଅସୁରାଳୀ ଅଞ୍ଚଳର ଜଣେ ପ୍ରସୂତି ମହିଳା ମାମା ଜେନାଙ୍କୁ ଗତକାଲି ପାଢ଼ୀ ନର୍ସିଂ ହୋମରେ ଭର୍ତି କରାଯାଇଥିଲା । ଗତକାଲି ରାତିରେ ସେ ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ । ତେବେ ଆଜି ମଧ୍ୟାହ୍ନରେ ତାଙ୍କର ମୃତ୍ୟୁ ହୋଇଛି ।
ଡାକ୍ତରଙ୍କ ଅବହେଳା ଯୋଗୁ ମାମାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ପରିବାର ଲୋକେ ନର୍ସିଂ ହୋମରେ ଭଙ୍ଗା ରୁଜା କରିବା ସହ ଡାକ୍ତରଙ୍କ ଗାଡିକୁ ଭଙ୍ଗା ରୁଜା କରିଛନ୍ତି । ଏହି ଘଟଣା ପରେ ଟାଉନ ପୋଲିସ ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାସୁଜା କରିଛି ।