ଚଳିତ ବିଶ୍ୱକପର ଦୁଇ ବଡ ପ୍ରତିଦ୍ବନ୍ଦୀ ଆଜି ପୁନେରେ ଭେଟିବାକୁ ଯାଉଛନ୍ତି । ପଏଣ୍ଟସ ଟେବୁଲର ୨ୟ ସ୍ଥାନରେ ଥିବା ଦକ୍ଷିଣ ଆଫ୍ରିକା ଓ ୩ୟ ସ୍ଥାନରେ ଥିବା ନିଉଜିଲାଣ୍ଡ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ । ବିଶ୍ୱକପ ବିଜେତା ଭାବେ ଗଣା ଯାଉଥିବା ଦୁଇ ଦଳ ଭଲ ପ୍ରଦର୍ଶନ କରୁଥିବାରୁ ସମସ୍ତଙ୍କ ନଜର ଆଜିର ମ୍ୟାଚ ଉପରେ ରହିଛି । ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ ଖେଳିଥିବାବେଳେ ୫ଟି ମ୍ୟାଚ ଜିତି ପଏଣ୍ଟସ ଟେବୁଲର ୨ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ୩୮ ରନରେ ଲଜ୍ୟାଜନକ ପରାଜୟର ସମ୍ମୁଖୀନ ହୋଇଥିଲା ଦକ୍ଷିଣ ଆଫ୍ରିକା। ନିଉଜିଲାଣ୍ଡ ମଧ୍ୟ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଛି, ପ୍ରଥମ ମ୍ୟାଚରେ ପୂର୍ବବର୍ଷର ବିଶ୍ୱକପ ବିଜେତା ଇଂଲଣ୍ଡକୁ ୯ ୱିକେଟ୍ ରେ ପରାସ୍ତ କରି ବିଶ୍ୱକପ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଭାରତଠୁ ହାରିବା ପରେ, ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଏହା ସହିତ ୬ଟି ମ୍ୟାଚ୍ରୁ ୪ଟି ମ୍ୟାଚ ଜିତି ପଏଣ୍ଟସ ଟେବୁଲର ୩ୟ ସ୍ଥାନରେ ରହିଛି । ଦୁଇ ଦଳର ଖେଳାଳିଙ୍କ ଉପରେ ନଜର ପକାଇଲେ, ଦକ୍ଷିଣ ଆଫ୍ରିକାର କୁଇଂଟନ ଡିକକ୍ ଚଳିତ ବିଶ୍ୱକପରେ ବିସ୍ଫୋଟକ ବ୍ୟାଟିଂ କରୁଥିବାବେଳେ ୬ଟି ମ୍ୟାଚରେ ୩ଟି ଶତକ କରିବା ସହ ରନ ତାଲିକାରେ ମଧ୍ୟ ଶ୍ରେଷ୍ଟରେ ଅଛନ୍ତି । ଏହା ସହିତ ଏଇଡେନ ମାର୍କରମ ମଧ୍ୟ ଗୋଟିଏ ଶତକ କରିଛନ୍ତି । ଦକ୍ଷିଣ ଆଫ୍ରିକାର ବୋଲର ମଧ୍ୟ ସୁନ୍ଦର ବୋଲିଂ କରୁଛନ୍ତି, ମାର୍କୋ ୟାନସେନ ୬ଟି ମ୍ୟାଚରେ ୧୩ଟି ୱିକେଟ୍ ନେଇଛନ୍ତି । ନିଉଜିଲାଣ୍ଡ ମଧ୍ୟ ଚଳିତ ବିଶ୍ୱକପରେ ଦୁଇ ଦୁଇଟି ଶତକ ସହ ବିଶ୍ୱକପରେ ପ୍ରବେଶ କରିଥିଲା । ରଚିନ ରବୀନ୍ଦ୍ର ୨ଟି ଶତକ କରିବା ସହ ଡେଭନ କନୱେ ଗୋଟିଏ ଶତକ କରିଛନ୍ତି । ରଚିନ ରବୀନ୍ଦ୍ର ୪୦୬ ରନ୍ କରି ସର୍ବାଧିକ ରନ୍ ସ୍କୋରର ତାଲିକାରେ ୩ୟ ସ୍ଥାନରେ ଅଛନ୍ତି । ଚଳିତ ବିଶ୍ୱକପର ଦୁଇ ଶକ୍ତିଶାଳୀ ଦଳର ମହାମୁକାବିଲା ଉପରେ ସମସ୍ତଙ୍କର ନଜର ରହିଛି ।
ଦକ୍ଷିଣ ଆଫ୍ରିକା ସମ୍ଭାବ୍ୟ ୧୧ :- ତେମ୍ବା ବଭୁମ (ଅଧିନାୟକ), କୁଇଂଟନ ଡିକକ୍, ରାଶି ଭାନ ଡର ଦୁଃସେନ, ଏଇଡେନ ମାର୍କରମ, ହେନରିକ୍ କ୍ଳାସେନ, ଡେଭିଡ ମୀଲର, ମାର୍କୋ ୟାନସେନ, କାଗିସୋ ରବାଡା , କେଶବ ମହାରାଜ, ଜେର୍ଲଡ କୂତଜି , ଲୁଙ୍ଗି ଇଙ୍ଗିଦି
ନିଉଜିଲାଣ୍ଡ ସମ୍ଭାବ୍ୟ ୧୧ :- ଡେଭନ କନୱେ, ୱିଲ ୟଙ୍ଗ, ରଚିନ ରବୀନ୍ଦ୍ର, ଡ୍ୟାରିଲ ମିଚିଲ, ଟମ ଳଥମ (ଅଧିନାୟକ), ଗ୍ଲେନ ଫିଲିପ୍ସ, ଜିମି ନିଶମ , ମିଚେଲ ସାଂଟନର , ମ୍ୟାଟ ହେନରୀ, ଟ୍ରେଣ୍ଟ ବୋଲ୍ଟ , ଲକି ଫର୍ଗସନ
ଅଧିକ ପଢନ୍ତୁ : ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ: ୭ ୱିକେଟରେ ଶ୍ରୀଲଙ୍କାକୁ କଲା ପରାସ୍ତ