କ୍ରିକେଟ ବିଶ୍ୱକପରେ ଆଫଗାନିସ୍ତାନର ତୃତୀୟ ବଡ଼ ବିଜୟ । ଇଂଲଣ୍ଡ, ପାକିସ୍ତାନ ପରେ ଏବେ ଶ୍ରୀଲଙ୍କାକୁ ଧୁଳି ଚଟାଇଲେ ଆଫଗାନ ଖେଳାଳି । ଗତକାଲି ପୁଣେରେ ଖେଳାଯାଇଥିବା ବିଶ୍ୱକପ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରି କ୍ରିକେଟ୍ ବିଶ୍ୱକପ୍ର ତୃତୀୟ ବିଜୟ ରେକର୍ଡ ହାସଲ କରିଛି ଆଫଗାନିସ୍ତାନ ଟିମ | ଏହାସହିତ ସେମିଫାଇନାଲ ରାଉଣ୍ଡରେ ସ୍ଥାନ ପାଇବାକୁ ଆଶା ବଢ଼ାଇଛି ଆଫଗାନିସ୍ତାନ। ୨୪୨ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୩ ୱିକେଟ ବିନିମୟରେ ହାସଲ କରି ନେଇଛି ଆଫଗାନିସ୍ତାନ। ପୁଣି ଥରେ ଆଫଗାନିସ୍ତାନ ନିଜ ବ୍ୟାଟିଂ ଅର୍ଡରର ପରାକାଷ୍ଟା ଦେଖାଇଛି। ଗତକାଲି ଟସ୍ ଜିତି ପ୍ରଥମେ ଫିଲଡିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ କରିଥିଲା ୨୪୧ ରନ୍।ଦଳ ପକ୍ଷରୁ ରେହମତ ଖାନ୍ ଅପରାଜିତ ୫୮ ଓ ଆଜମାତୁଲ୍ଲା ଓମାରଜାଇ ସର୍ବାଧିକ ଅପରାଜିତ ୭୩ ରନ୍ କରିଛନ୍ତି।
ଅଧିକ ପଢ଼ନ୍ତୁ : ଇଂଲଣ୍ଡକୁ ଶହେ ରନରେ ହରାଇ ନିଜର ବିଜୟକୁ ବଜାୟ ରଖିଲା ଭାରତ