ଇଂଲଣ୍ଡକୁ ଶହେ ରନରେ ହରାଇ ନିଜର ବିଜୟକୁ ବଜାୟ ରଖିଛି ଭାରତ। ଲଗାତାର ୬ଟି ମ୍ୟାଚ୍ ଜିତି ଟିମ୍ ଇଣ୍ଡିଆ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଗତକାଲି ମ୍ୟାଚରେ ବ୍ୟାଟିଂରେ ଭାରତ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ବୋଲିଂ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଲକ୍ଷ୍ନୌର ଖେଳାଯାଇଥିବା ଏହି ମ୍ୟାଚରେ ଇଂଲଣ୍ଡକୁ ୨୩୦ ରନର ଟାର୍ଗେଟ୍ ଦେଇଥିଲା ଟିମ୍ ଇଣ୍ଡିଆ । ଟସ୍ ଜିତି ଇଂଲଣ୍ଡର କ୍ୟାପଟେନ ବଟଲର ବଲିଙ୍ଗ କରିବା ପାଇଁ ନିଷ୍ପତି ନେଇଥିଲେ। ୨୦୨୨ ଟି-୨୦ ବିଶ୍ୱକପ ସେମିଫାଇନାଲର ବଦଲା ନେଇଛି ଭାରତ। ୨୦୨୨ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଭାରତ 10 ଉଇକେଟରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ଏବଂ ଫାଇନାଲ ଖେଳିବା ଆଶା ଭାରତର ଧୂଳିସାତ ହୋଇଥିଲା ତେଣୁ ବିଶ୍ୱକପ ୨୦୧୩ ରେ ଏହାର ବଦଲା ନେଇଛି ଭାରତ।
ସୂଚନା ଅନୁସାରେ , ବିଶ୍ୱକପରେ ଟିମ ଇଣ୍ଡିଆର ଅଦ୍ଭୁତ ବିଜୟ ଲଗାତାର ୬ ଟି ରୁ ୬ ଟି ମ୍ୟାଚ ଜିତି ୧୨ ପଏଣ୍ଟ ସହ ପଏଣ୍ଟ ଟେବଲର ଶୀର୍ଷରେ ରହିଛି ଭାରତ। ଇଂଲଣ୍ଡ ଆଗରେ ୨୩୦ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ମାତ୍ର ୧୨୯ ରନରେ ଅଲଆଉଟ୍ ହୋଇଛି। ତେବେ ୨୩୦ ରନର ଟାର୍ଗେଟ୍ ନେଇ ଇଂଲଣ୍ଡ ଦଳ ପଡ଼ିଆକୁ ଓହ୍ଲାଇଥିଲା କିନ୍ତୁ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ ଇଂଲଣ୍ଡର ବ୍ୟାଟ୍ସମ୍ୟାନମାନେ। ପ୍ରଥମରୁ ଗୋଟିଏ ପରେ ଗୋଟିଏ ୱିକେଟ ହରାଇ ଚାଲିଥିଲା ଇଂଲଣ୍ଡ ଏହାପରେ ୩୫ ଓଭର ଖେଳି ମାତ୍ର ୧୨୯ ରନ ସଂଗ୍ରହ କରି ଟିମ ଇଂଲଣ୍ଡ ଅଲଆଉଟ ହୋଇଯାଇଥିଲା। ମହମ୍ମଦ ସାମି ଚମତ୍କାର ବୋଲିଂ କରି ୪ଟି ୱିକେଟ ନେଇଥିବା ବେଳେ ଯଶପ୍ରୀତ ବୁମରା ୩ଟି ୱିକେଟ ,କୁଲଦୀପ ଯାଦବଙ୍କୁ ୨ଟି ୱିକେଟ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ଗୋଟିଏ ୱିକେଟ ନେଇଥିଲେ। ଏହି ମ୍ୟାଚରେ ରୋହିତ ଶର୍ମା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ରୋହିତ ବାହିନୀ ବର୍ତ୍ତମାନ ଫର୍ମରେ ଥିବା ବେଳେ ଭାରତର ମ୍ୟାଚ ଦେଖିବା ପାଇଁ ବେଶ ରୋମାଞ୍ଚକର ଲାଗୁଚି କ୍ରିକେଟ ଫ୍ୟାନ୍ସମାନଙ୍କୁ। ଏକମାତ୍ର ଦଳ ଭାବେ ଏପର୍ଯ୍ୟନ୍ତ ବିଶ୍ୱକପ-୨୦୨୩ରେ ଭାରତ କୌଣସି ମ୍ୟାଚ୍ ହାରି ନଥିବା ବେଳେ ତା’ର ପରବର୍ତ୍ତୀ ମ୍ୟାଚ୍ରେ ନଭେମ୍ବର ୨ ତାରିଖରେ ପଡ଼ୋଶୀ ଶ୍ରୀଲଙ୍କାକୁ ଭେଟିବ ଭାରତ।
ଅଧିକ ପଢନ୍ତୁ ; ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ