ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଆଉ ଏକ ବ୍ରୋଞ୍ଜ ପଦକ ଜିତିଛନ୍ତି ଓଡ଼ିଶାର ଷ୍ଟାର୍ ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍। ମିକ୍ସଡ୍ ଡବଲ୍ସ ପରେ ଆଜି ପୁରୁଷ ଡବଲ୍ସରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପାରାଲିମ୍ପିକ୍ ଚାମ୍ପିଅନ୍ ପ୍ରମୋଦ ଓ ସାଥୀ ସୁକାନ୍ତ କଦମ ଯୋଡ଼ି ସେମି ଫାଇନାଲ୍ ମୁକାବିଲାରେ ୨୨-୨୦, ୨୧-୨୩, ୧୨-୨୧ରେ ଇଣ୍ଡୋନେସିଆର ସ୍ଵିୟୋକୋ ଓ ଫ୍ରେଡି ସିନ ଯୋଡ଼ିଙ୍କ ନିକଟରୁ ହାରି ଯାଇଥିଲେ। ପରେ ସେ ଗତ ବୁଧବାର ମନୀଷା ରାମଦାସଙ୍କୁ ସାଥୀ କରି ପ୍ରମୋଦ ମିକ୍ସଡ୍ ଡବଲ୍ସରେ ପ୍ରଥମ ବ୍ରୋଞ୍ଜ ଜିତିଥିଲେ।
ହାଙ୍ଗଝୋଉ ଠାରେ ଚାଲିଥିବା ଚତୁର୍ଥ ଏସୀୟ ପାରା କ୍ରୀଡ଼ାରେ ଭାରତ ରେକର୍ଡ଼ ପଦକ ଜିତି ଇତିହାସ ରଚିଛି। ଚତୁର୍ଥ ଦିବସ ଶେଷ ସୁଦ୍ଧା ଭାରତ ମୋଟ ୮୨ଟି ପଦକ ସହ ପୂର୍ବ ରେକର୍ଡ଼ ଭଙ୍ଗ କରିଛି। ୨୦୧୮ ସଂସ୍କରଣରେ ଭାରତ ୭୨ଟି ପଦକ ଜିତିଥିଲା। ଏଥର ଦଳ ଆଉ ଅଧିକ ୧୦ଟି ପଦକ ହାସଲ କରି ସାରିଛି। କ୍ରୀଡ଼ାରେ ଆଉ ୨ ଦିନ ବାକି ଥିବା ବେଳେ ପଦକ ସଂଖ୍ୟା ୧୦୦ ଅତିକ୍ରମ କରିବା ଆଶା କରାଯାଉଛି।
ଚଳିତ ବର୍ଷ କ୍ରୀଡ଼ାରେ ଭାରତ ୧୮ଟି ସ୍ବର୍ଣ୍ଣ , ୨୩ଟି ରୌପ୍ୟ ଏବଂ ୪୧ଟି ବ୍ରୋଞ୍ଜ ପଦକ ହାସଲ କରି ସାରିଛି। ଏହାରି ମଧ୍ୟରେ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ନିତ୍ୟା ଶ୍ରୀ ଭାରତ ପକ୍ଷରୁ ୭୩ତମ ପଦକ ହାସଲ କରିଥିଲେ । ସେ ମହିଳା ସିଙ୍ଗଲ୍ସ ଏସ୍ଏଚ୍-୬ରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେହିପରି ସୁଟର ସିଦ୍ଧାର୍ଥ ବାବୁ ସ୍ୱର୍ଣ୍ଣ ପଦକ , ପୁରୁଷ ସଟପୁଟ୍ରେ ସଚିନ ୱରି ସ୍ବର୍ଣ୍ଣ ପଦକ , ମହିଳା ସଟ୍ପୁଟ୍ରେ ଭାଗ୍ୟଶ୍ରୀ ମାଧବରାଓ ଯାଦବ ରୌପ୍ୟ ପଦକ , ତୀରନ୍ଦାଜୀରେ ଆଦିଲ ମହମ୍ମଦ ନାଜିର ଅନସାରି ଓ ନବୀନ ଦଲାଲ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଥିଲେ। ତେବେ ପ୍ରମୋଦ ପୁରୁଷ ସିଙ୍ଗଲ୍ସରେ ପ୍ରମୋଦ ବିଜୟ ଜାରି ରଖି ଫାଇନାଲରେ ପ୍ରବେଶ କରିବା ସହ ସ୍ଵର୍ଣ୍ଣ ପଦକ ଆଶା ଉଜ୍ଜୀବିତ ରଖୁଛନ୍ତି । ସେମି ଫାଇନାଲ୍ରେ ସେ ୨୧-୧୩, ୨୧-୧୨ ଗେମ୍ରେ ଥାଇଲାଣ୍ଡର ଚୁନସୁନ ମଙ୍ଗଖୋନ୍ଙ୍କୁ ପରାସ୍ତ କରିଥିଲେ । ଓଡ଼ିଶାର ଷ୍ଟାର ପ୍ରମୋଦ ଭଗତ ପୁରୁଷ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିଲାବେଳେ ପାରା ଏସୀୟ କ୍ରୀଡ଼ାରେ ଆଜି ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଫାଇନାଲରେ ୨୨-୨୦, ୧୮-୨୧, ୨୧-୧୯ରେ ନିଜ ଦେଶର ନିତେଶ କୁମାରଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି ।
ଅଧିକ ପଢନ୍ତୁ :୪୦ ବଲ୍ରେ ଶତକ ମାରି ରେକର୍ଡ ଭାଙ୍ଗିଲେ ମାକ୍ସୱେଲ