ଦିଲ୍ଲୀରେ ରନ ବର୍ଷା | ମାତ୍ର ୧୮ ଦିନରେ ଭାଙ୍ଗିଛି ବିଶ୍ୱକପରେ ଦ୍ରୁତତମ ଶତକ ରେକର୍ଡ | ଦିନିକିଆ ବିଶ୍ୱକପରେ ଦ୍ରୁତତମ ଶତକୀୟ ଇଂନିସର ସାକ୍ଷୀ ହୋଇଛି ଅରୁଣ ଜେଟଲୀ ଷ୍ଟାଡିୟମ | ଆଇସିସି ବିଶ୍ବକପ ୨୦୨୩ ମ୍ୟାଚରେ ନେଦରଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ଧୂଆଁଧାର ବ୍ୟାଟିଂ କରିଛି। ୪୦ ବଲ୍ରେ ଶତକ ମାରି ରେକର୍ଡ କରିଛନ୍ତି ମାକ୍ସୱେଲ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ୍ ହରାଇ ୩୯୯ ରନ କରିଥିଲା । ଏହି ହାଇ ସ୍କୋରିଂ ମ୍ୟାଚରେ ଭାଙ୍ଗିଛି ରେକର୍ଡ । ବିଶ୍ଵକପ୍ ଇତିହାସରେ ସବୁଠୁ ଦ୍ରୁତତମ ଶତକ ହାସଲ କରିଛନ୍ତି ଗ୍ଲେନ ମ୍ୟାକ୍ସଓ୍ଵେଲ୍ ।
ପୂର୍ବରୁ ୪୯ ବଲରେ ଶତକ ହାସଲ କରି ଦିନିକିଆ ବିଶ୍ୱକପ ଇତିହାସର ଦ୍ରୁତତମ ଶତକ ହାସଲକାରୀ ବ୍ୟାଟରମ୍ୟାନ ବନିଥିଲେ ଦକ୍ଷିଣ ଆଫ୍ରିକାର ଆଡମ ମାକ୍ରମ । କିନ୍ତୁ ଚଳିତ ବର୍ଷ ବିଶ୍ୱକପରେ ମାର୍କ୍ରମଙ୍କ ରେକର୍ଡ ଭାଙ୍ଗି ଏହି ବିସ୍ଫୋରକ ଇଂନିସ ଖେଳି ଦ୍ରୁତତମ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି ମ୍ୟାକ୍ସଓ୍ଵେଲ୍ ।
ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ମଧ୍ୟରେ ଖେଳାଯାଇଥିଲା ଆଇସିସି ପୁରୁଷ ବିଶ୍ୱକପ ୨୦୨୩ର ୨୪ତମ ମ୍ୟାଚ ।ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ୍ କମିନ୍ସ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ମ୍ୟାଚ୍ ରେ ବଡ ସ୍କୋର କରିବା ଲକ୍ଷ୍ୟରେ ବ୍ୟାଟିଂ କରିଥିଲା ଅଷ୍ଟ୍ରେଲିଆ । ପ୍ରଥମରୁ ନେଦରଲାଣ୍ଡ ସ୍ପିନ ଆଟାକ କରିବାରୁ କଙ୍ଗାରୁ ଟିମ, ଓପନର ମିଚେଲ ମାର୍ଶଙ୍କ ୱିକେଟ ଶୀଘ୍ର ହରାଇଥିଲା । କିନ୍ତୁ ନିଜର ଶେଷ ବିଶ୍ୱକପ ଖେଳୁଥିବା ଭେଟେରାନ ଡେଭିଡ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ । ୱାର୍ଣ୍ଣର ୯୩ ବଲରୁ ୧୧ଟି ଚୌକା ଓ ୩ଟି ଛକା ସହାୟତାରେ ୧୦୪ ରନର ଶତକୀୟ ଇଂନିସ ଖେଳିଥିଲେ ।
୪୦ ବଲରେ ନେଦରଲାଣ୍ଡ ବିପକ୍ଷରେ ଶତକ ହାସଲ କରି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ୍ ବିଶ୍ୱକପରେ ଦ୍ରୁତତମ ଶତକ'ର ରେକର୍ଡ ଭାଙ୍ଗିଛନ୍ତି । ମାକ୍ସୱେଲଙ୍କ ଏହି ଧୁଆଁଧାର ବ୍ୟାଟିଂରେ ରହିଛି ୯ଟି ଚୌକା, ୮ ଛକା । ତେବେ ୬ ନମ୍ବର ସ୍ଥାନରେ ବ୍ୟାଟିଂ ଆସି ଶତକ ହାସଲ କରିଥିବାରୁ ମାକ୍ସୱେଲଙ୍କ ଏହି ବିଶ୍ୱକପ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଇଂନିସ ବୋଲି କୁହାଯାଉଛି । ସେ ୩୯.୧ ଓଭରରେ ଷଷ୍ଠ ୱିକେଟ୍ରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଥିଲେ। ଆଉ ୪୮.୫ ଓଭରରେ ନିଜର ଶତକ ପୂରଣ କରିଛନ୍ତି। ଅର୍ଥାତ ମ୍ୟାକ୍ସୱେଲ ୧୦ ଓଭରରୁ ଆହୁରି କମରେ ନିଜର ଶତକ ପୂରଣ କରିଛନ୍ତି। ଅବଶ୍ୟ ଏମିତି ଧୂଆଁଧାର ବ୍ୟାଟିଂ କରି ଶତକ ହାସଲ କରିବାର ରେକର୍ଡ଼ ପୂର୍ବରୁ ମଧ୍ୟ ତାଙ୍କ ନାଁରେ ରହିଛି । ୨୦୧୫ ବିଶ୍ୱକପରେ ସେ ଶ୍ରୀଲଙ୍କା ବିପକ୍ଷରେ ୫୧ ବଲ୍ରେ ଶତକ କରିଥିଲେ ।
ଅଧିକ ପଢନ୍ତୁ :ଆଫଗାନିସ୍ତାନ ବିଜୟ ପରେ ଇରଫାନଙ୍କ ସହ ନାଚିଲେ ରାଶିଦ