ସୋମବାର ଆଫଗାନିସ୍ତାନ ଏକ ଐତିହାସିକ ବିଜୟ ହାସଲ କରିଛି । ପାକିସ୍ତାନକୁ ୮ ୱିକେଟ୍ ରେ ହରାଇ ଦଳ ପାଇଁ ଆଉ ଏକ ବିଜୟ ହାସଲ କରିଛି । ଏହି ସମୟରେ ଆଫଗାନିସ୍ତାନର ସ୍ପିନର ରାଶିଦ ଖାନ ଏବଂ ଭାରତର ପୂର୍ବତନ କ୍ରିକେଟର ଇରଫାନ ପଠାନ ପଡିଆରେ ନାଚୁଥିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।
ଘଟଣା ହେଉଛି ଆଫଗାନିସ୍ତାନ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଛି ଏବଂ ସୋମବାର ପାକିସ୍ତାନ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ମଧ୍ୟ କରିଥିଲା । ଯାହାଫଳରେ ପାକିସ୍ତାନକୁ ୨୮୨ ରନରେ ରଖିବାରେ ସଫଳ ହୋଇଥିଲା । ଏହା ପରେ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ଚତୁରତାର ସହ ବ୍ୟାଟିଂ କରି ଗୋଟେ ଓଭର ପୂର୍ବରୁ ମ୍ୟାଚ ଜିତିଯାଇଥିଲା । ଆଫଗାନିସ୍ତାନ ଅଧିନାୟକ ହସମତୁଲ୍ଲାହ ଶାହିଦି ବିଜୟ ରନ ମାରିବା ପରେ ଆଫଗାନିସ୍ତାନ କ୍ୟାମ୍ପରେ ଖୁସିର ଲହରୀ ଖେଳିଯାଇଥିଲା । ସବୁ ଖେଳାଳି ଖୁସିରେ ପଡିଆକୁ ଯାଇ ନାଚିବାରେ ଲାଗିଥିଲେ । ଏହି ସମୟରେ ଭାରତ ପୂର୍ବତନ କ୍ରିକେଟର ଇରଫାନ ପଠାନ ଉପସ୍ଥାପକ ଭାବେ ପଡିଆରେ ଉପସ୍ଥିତ ଥିଲେ ଏବଂ ଏହି ସମୟରେ ରାଶିଦ ଖାନ ଇରଫାନଙ୍କୁ ଦେଖି ନାଚିବାରେ ଲାଗିଲେ ଏବଂ ଇରଫାନ ମଧ୍ୟ ତାଙ୍କ ସହ ଯୋଗ ଦେଇ ତାଳରେ ତାଳ ମିଶାଇ ନାଚିବାରେ ଲାଗିଲେ । ଯାହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।
ଅଧିକ ପଢନ୍ତୁ : ଆଜି ବାଂଲାଦେଶକୁ ମୁମ୍ବାଇର ୱାନକେଡେରେ ଭେଟିବ ଦକ୍ଷିଣ ଆଫ୍ରିକା