ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଗଣା ଯାଉଥିବାବେଳେ ଆଜି ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ବାଂଲାଦେଶକୁ ଭେଟିବ । ଦକ୍ଷିଣ ଆଫ୍ରିକା ଶକ୍ତିଶାଳୀ ଦେଖାଯାଉଥିଲେ ମଧ୍ୟ ନେଦରଲ୍ୟାଣ୍ଡ ଠାରୁ ୩୮ ରନରେ ପରାସ୍ତ ହୋଇଥିଲା । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ୪ ଟି ମ୍ୟାଚ ଖେଳିଥିଲାବେଳେ ୩ଟି ମ୍ୟାଚରେ ବିଜୟ ହାସଲ କରିଥିଲା ଏବଂ ଗୋଟିଏ ମ୍ୟାଚରେ ନେଦରଲ୍ୟାଣ୍ଡ ଠାରୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହା ସହିତ ପଏଣ୍ଟସ୍ ଟେବୁଲରେ ୬ ପଏଣ୍ଟ ହାସଲ କରିବା ୩ୟ ସ୍ଥାନରେ ରହିଛି । ଅନ୍ୟପକ୍ଷରେ ବାଂଲାଦେଶ ୪ ଟି ମ୍ୟାଚ ଖେଳିଥିବାବେଳେ ୩ଟି ମ୍ୟାଚରେ ପରାସ୍ତ ହୋଇଥିଲା । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ୬ ୱିକେଟ୍ ରେ ଜିତି ପଏଣ୍ଟସ ଟେବୁଲର ସପ୍ତମ ସ୍ଥାନରେ ରହିଛି ।
କିନ୍ତୁ ଦକ୍ଷିଣ ଆଫ୍ରିକା ପାଇଁ ଆଜିର ମ୍ୟାଚ ଗୁରୁତ୍ୱପୂର୍ଣ୍ଣ କାରଣ ନେଦରଲ୍ୟାଣ୍ଡ ଠାରୁ ହାରିବା ପରେ ଇଂଲଣ୍ଡ ଠାରୁ ୨୨୯ ରନର ବଡ ବିଜୟ ହାସଲ କରିଛି । ଆଜିର ମ୍ୟାଚ ଜିତି ପୁଣି ଆତ୍ମବିଶ୍ୱାସ ସୁଦୃଢ କରିବାକୁ ଚେଷ୍ଟା କରିବ ଦକ୍ଷିଣ ଆଫ୍ରିକା । ଅନ୍ୟପକ୍ଷରେ ବାଂଲାଦେଶ ଚଳିତ ବିଶ୍ୱକପରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ବିଜୟ ଲକ୍ଷ୳ ରଖି ବିଶ୍ୱକପ ଦୌଡରେ ରହିବାକୁ ଚେଷ୍ଟା କରିବ ।
ଦକ୍ଷିଣ ଆଫ୍ରିକା : କୁଇଣ୍ଟେନ ଡି କକ୍ (ୱିକେଟ୍ କିପର), ଆଇଡେନ ମାର୍କରମ (ଅଧିନାୟକ), ରୀଜ଼ା ହେଣ୍ଡ୍ରିକ୍ସ , ରସି ଭାନ ଡର ଦୁଃସେନ, ହେନରିକ କ୍ଲାସେନ , ଡେଭିଡ ମୀଲର, ମାର୍କୋ ୟାନସେନ , ଜେର୍ଲଡ କୋଡଜ଼ୀ , କେଶବ ମହାରାଜ , କାଗିସୋ ରଵାଡା , ଲୁଙ୍ଗି ଇଙ୍ଗିଡି , ତଵରେଜ ଶାମସି , ଏନ୍ଡ଼ିଲେ ଫେଲୁକୱାୟୋ , ତେମ୍ବା ବଭୁମ, ଲିଜ଼ାଡ଼ ୱିଲିଆମ୍ସ
ନଜମୁଲ ହୁସେନ ସାନ୍ଟୋ (ଅଧିନାୟକ), ମୁସଫିକର ରହିମ (ୱିକେଟ୍ କିପର), ତନଜ଼ିଦ ହାସନ, ଲିଟନ ଦାସ, ମେହିଦି ହାସନ ମୀରାଜ, ତୋହିଦ ହୃଦୟ, ମହମୁଦୁଲା, ନସୁମ ଅହମଦ , ମୁସ୍ତାଫିଜ଼ୁର ରହମାନ , ଶୋରିଫୁଲ ଇସ୍ଲାମ , ହାସନ ମହାମୁଦ , ତନଜ଼ିମ ହାସନ ସାକିବ, ମାହେଦି ହାସନ, ତସ୍କିନ ଅହମଦ , ଶାକିବ ଅଲ ହସନ
ଅଧିକ ପଢନ୍ତୁ : ୭୭ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭାରତର ପୂର୍ବତନ କ୍ରିକେଟର ବିଶନ ସିଂହ ବେଦୀ