ନୂଆଦିଲ୍ଲୀ: କ୍ରିକେଟ୍ ପଡ଼ିଆରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ଯେତେବେଳେ ହୁଏ, ସେତେବେଳେ ଉତ୍ତେଜନା ଏବଂ ଚର୍ଚ୍ଚା ଶିଖରରେ ରହିଥାଏ। ୨୦୨୬ ମହିଳା ଏସିଆ କପ୍ରେ ମଧ୍ୟ ଏହାର ବ୍ୟତିକ୍ରମ ଦେଖିବାକୁ ମିଳି ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ବହୁଚର୍ଚ୍ଚିତ ମ୍ୟାଚ୍ର ଟସ୍ ସମୟରେ ଏକ ଅଜବ ଦୃଶ୍ୟ ନଜର ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଟସ୍ ସମୟରେ ହାତ ମିଳାଇଲେନି କ୍ୟାପଟେନ୍
ନିୟମ ଅନୁଯାୟୀ ମ୍ୟାଚ୍ ଆରମ୍ଭ ପୂର୍ବରୁ ଟସ୍ ପକାଇବା ସମୟରେ ଉଭୟ ଦଳର ଅଧିନାୟକ ପରସ୍ପର ସହ ହାତ ମିଳାଇବା କଥା। କିନ୍ତୁ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଏବଂ ପାକିସ୍ତାନୀ ଅଧିନାୟକ ଫାତିମା ସନା ଟସ୍ ସମୟରେ ପରସ୍ପର ସହ ହାତ ମିଳାଇ ନଥିଲେ। ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି, ଯାହା ପଡ଼ିଆ ଭିତରର ତିକ୍ତତା ଏବଂ କୂଟନୈତିକ ସମ୍ପର୍କର ପ୍ରଭାବକୁ ସ୍ପଷ୍ଟ ଭାବେ ବୟାନ କରୁଛି।
ଟସ୍ ସାଙ୍ଗରେ ଜଡ଼ିତ ଏହି ଘଟଣା ପରେ କ୍ରିକେଟ୍ ପ୍ରଶଂସକଙ୍କ ମଧ୍ୟରେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଖେଳାଳିଙ୍କ ଏଭଳି ଆଚରଣକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଖିବାକୁ ମିଳୁଛି। ତେବେ ଖେଳ ଉପରେ ଏହାର କୌଣସି ପ୍ରଭାବ ପଡ଼ିନଥିଲା ଏବଂ ଭାରତୀୟ ଦଳ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ପରାସ୍ତ କରିଥିଲା।
Also Read: ମହିଳା ଏସିଆ କପ୍: ପାକିସ୍ତାନକୁ ଧୂଳି ଚଟାଇଲା ଭାରତ, ୮.୪ ଓଭରରେ ମ୍ୟାଚ୍ ଜିତିଲା ଟିମ୍ ଇଣ୍ଡିଆ