ସୋମବାର ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନାନନ୍ଦ ଫିଡେ ଚେସ ବିଶ୍ୱକପ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରି ଇତିହାସ ରଚନା କରିଛନ୍ତି। ସେମିଫାଇନାଲରେ ପ୍ରଜ୍ଞାନାନନ୍ଦ ଏକ ଟାଇବ୍ରେକରରେ ବିଶ୍ୱର ତିନି ନମ୍ବର ଖେଳାଳି ଫାବିଆନୋ କାରୁଆନାଙ୍କୁ ୩.୫-୨.୫ ସ୍କୋରରେ ପରାସ୍ତ କରିଛନ୍ତି । ଚେସ ବିଶ୍ୱକପ୍ର ଫାଇନାଲରେ ପ୍ରଜ୍ଞାନାନନ୍ଦ ବିଶ୍ୱର ଏକ ନମ୍ବର ଖେଳାଳି ମାଗ୍ନସ କାର୍ଲସନଙ୍କୁ ଭେଟିବେ। ବିଶ୍ୱନାଥ ଆନନ୍ଦଙ୍କ ପରେ ବିଶ୍ୱକପ ଫାଇନାଲରେ ପହଞ୍ଚିବାରେ ପ୍ରଜ୍ଞାନାନନ୍ଦ ଦ୍ୱିତୀୟ ଭାରତୀୟ। ବିଶ୍ୱନାଥ ଆନନ୍ଦଙ୍କ ପରେ ବିଶ୍ୱକପ ଫାଇନାଲରେ ପହଞ୍ଚିବାରେ ପ୍ରଜ୍ଞାନାନନ୍ଦ ଦ୍ୱିତୀୟ ଭାରତୀୟ। ଏହି ବିଜୟ ସହିତ ପ୍ରଜ୍ଞାନାନନ୍ଦ ୨୦୨୪ ଫିଡେ ତାଲିକାରେ ତାଙ୍କ ସ୍ଥାନ ନିଶ୍ଚିତ କରିଛନ୍ତି। ବବି ଫିସର ଏବଂ ମାଗ୍ନସ କାର୍ଲସନଙ୍କ ପରେ ଫିଡେ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରଜ୍ଞାନାନନ୍ଦ ତୃତୀୟ ଖେଳାଳି । ପାଞ୍ଚ ଥର ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥ ଆନନ୍ଦ ଏକମାତ୍ର ଭାରତୀୟ ଯିଏକି ଫିଡେ ଟୁର୍ନାମେଣ୍ଟରେ ଖେଳିଛନ୍ତି। ଦୁଇ ମ୍ୟାଚ୍ ବିଶିଷ୍ଟ କ୍ଲାସିକଲ ସିରିଜ୍ ୧-୧ରେ ଶେଷ ହେବା ପରେ ପ୍ରତିଭାବାନ ପ୍ରଜ୍ଞାନାନନ୍ଦ ଆମେରିକୀୟ ଗ୍ରାଣ୍ଡମାଷ୍ଟର କାରୁଆନାଙ୍କୁ ଏକ ରୋମାଞ୍ଚକର ଟାଇବ୍ରେକରରେ ମ୍ୟାଚରେ ପରାସ୍ତ କରିଥିଲେ ।