ନୂଆଦିଲ୍ଲୀ: ଭାରତୀୟ ଜିମ୍ନାଷ୍ଟିକ ତାରକା ତଥା ଅଲମ୍ପିଆନ୍ ଦୀପା କର୍ମାକର ଖେଳ ଜଗତରୁ ବିଦାୟ ନେଇଛନ୍ତି । ସେ ନିଜର ସୋସିଆ ମିଡ଼ିଆ ଆକାଉଣ୍ଟ ଏକ୍ସରେ ନିଜର ଅବସର ଘୋଷଣା କରିଛନ୍ତି । ସୋମବାର ୩୧ ବର୍ଷ ବୟସରେ ସେ ଏହି ଘୋଷଣା କରିଛନ୍ତି ।
ଦୀପା କର୍ମାକର ଲେଖିଛନ୍ତି, ମୁଁ ଜିମ୍ନାଷ୍ଟିକରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ନେବା ମୋ ପାଇଁ ସହଜ ନ ଥିଲା, କିନ୍ତୁ ଏହା ସଠିକ ସମୟ । ଜିମ୍ନାଷ୍ଟିକର ମୋ ଜୀବନର ଏକ ଅଂଶ ଅଟେ ଏବଂ ସବୁ ମୂହୂର୍ତ୍ତ ପାଇଁ ବହୁତ କୃତଜ୍ଞ ଅଟେ – ଉତଥାନ, ପତ୍ତନ ଏବଂ ସବୁକିଛି । ଦୀର୍ଘ ୨୫ ବର୍ଷ ଧରି ତାଙ୍କୁ ପ୍ରଶିକ୍ଷଣ ଦେଇ ଆସୁଥିବା ତାଙ୍କର ପ୍ରଶିକ୍ଷକ ବିଶେଶ୍ୱର ନନ୍ଦି ଏବଂ ସୋମା ନନ୍ଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ଦୀପା କର୍ମାକର । ସେ ତ୍ରିପୁରା ସରକାର, ଜିମ୍ନାଷ୍ଟିକ ଫେଡେରେସନ, ଭାରତ ସରକାର ଏବଂ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସମର୍ଥନ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି ।
ଦୀପା ହେଉଛନ୍ତି ପ୍ରଥମ ଭାରତୀୟ ଯିଏ ଅଲମ୍ପିକର ଜିମ୍ନାଷ୍ଟିକରେ ଅଂଶ ଗ୍ରହଣ କରିଥିଲେ । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ । ୨୦୧୪ରେ ସେ କମନୱେଲଥ ଏବଂ ଏସିଆନ ଚାମ୍ପିଅନସିପରେ କାଂସ୍ୟ ପଦକ ଜିତିଥିଲେ । ସେ ପ୍ରଥମ ଭାରତୀୟ ଯିଏ ୨୦୧୮ ବିଶ୍ୱ ଚାମ୍ପିଅନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ଖେଳରେ ଅଦ୍ଭୁତପୂର୍ବ ପ୍ରଦର୍ଶନ ପାଇଁ ପଦ୍ମଶ୍ରୀ ଏବଂ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ସମ୍ମାନରେ ଦୀପାଙ୍କୁ ସମ୍ମାନୀତ କରାଯାଇଛି ।