ରାହୁଲ ଦ୍ରାବିଡ଼ଙ୍କୁ ଜନ୍ମ ଦିନରେ ମିଳିଲା ବଡ ଉପହାର । ଉପହାର ଦେଲେ ଭାରତୀୟ ଖେଳାଳି । ଭାରତ-ଆଫଗାନିସ୍ତାନ ପ୍ରଥମ ଟି-୨୦ରେ ଆଫଗାନିସ୍ତାନକୁ ୬ ଓ୍ବିକେଟରେ ପରାସ୍ତ କରି ଦେଲେ ଜନ୍ମ ଦିନର ଭେଟି । ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ ଆଇଏସ ବିନ୍ଦ୍ରା ଷ୍ଟାଡିୟମଠାରେ ଚାଲିଥିବା ଭାରତ ଆଫଗାନିସ୍ତାନକୁ ପରାସ୍ତ କରିଛି । ୧୫୯ ରନର ସହଜ ଲକ୍ଷ୳କୁ ଭାରତ ୧୭.୩ ତମ ଓଭରରେ ହାସଲ କରିନେଇଛି । ଶିବମ ଦୁବେ ଅପରାଜିତ ରହି ୬୦ ରନ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଚୟନ ହୋଇଛନ୍ତି । ଜୀତେଶ ଶର୍ମା ୩୧ ରନର ଆଟାକିଙ୍ଗ ପାରି ଖେଳିଥିବାବେଳେ ତିଲକ ବର୍ମା ୨୬, ରୀଙ୍କ ସିଂ ୧୬ ରନ ସଂଗ୍ରହ କରିଥିଲେ । ଭାରତୀୟ ଅଧିନାୟକ ରୋହିତ ଶର୍ମା ଦୀର୍ଘ ଦିନ ପରେ ଟି-୨୦ ଦଳକୁ ଫେରିଥିଲେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ରନ ଆଉଟ ହୋଇଥିଲେ । ଭାରତୀୟ ବୋଲର ମଧ୍ୟ ସୁନ୍ଦର ବୋଲିଂର ପ୍ରଦର୍ଶନ କରିଥିଲେ ଯାହା ଫଳରେ ଆଫଗାନିସ୍ତାନକୁ ମାତ୍ର ୧୫୮ ରନରେ ସୀମିତ ରଖିଥିଲେ । ଅର୍ଶଦୀପ ସିଂ ମେଡେନ ଓଭରରୁ ମ୍ୟାଚର ଆରମ୍ଭ କରିଥିଲେ । ମୁକେଶ କୁମାର ଓ ଅକ୍ସର ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲା ବେଳେ ଶିବମ ଦୁବେ ଗୋଟିଏ ୱିକେଟ୍ ନେଇଥିଲେ ।
୨୦୧୪ ଟି-୨୦ ବିଶ୍ୱକପ ପୂର୍ବରୁ ଭାରତ ପାଇଁ ଏହା ହେଉଛି ଶେଷ ଟି-୨୦ ସିରିଜ । ଯେଉଁଥିପାଇଁ ଏହି ସିରିଜ ଭାରତ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ମଧ୍ୟ ଟି-୨୦ ଦଳକୁ ଦୀର୍ଘ ସମୟରେ ପରେ ଫେରିଛନ୍ତି । ଏହି ଦୁଇ ଖେଳାଳିଙ୍କ ପାଇଁ ଏହା ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱକପ ପୂର୍ବରୁ ଆଫଗାନିସ୍ତାନ ବିପକ୍ଷ ସିରିଜ ଜିତି ବିଶ୍ୱକପ ଜିତିବାକୁ ଲକ୍ଷ୳ ରଖିବ ଭାରତ । କିନ୍ତୁ ଚୟନ କମିଟି ଆଇପିଏଲ ଶେଷ ହେବା ପରେ ଦଳ ଘୋଷଣା କରିବା ବୋଲି ଆଶା କରାଯାଉଛି । ଏହି ସିରିଜରେ ମୋଟ ୩ଟି ଟି-୨୦ ମ୍ୟାଚ ଖେଳାଯିବ । ଦ୍ଵିତୀୟ ଟି-୨୦ ଆସନ୍ତା ୧୪ ତାରିଖ ରବିବାର ଦିନ ଇନ୍ଦୋରରେ ଖେଳାଯିବାବେଳେ ତୃତୀୟ ଟି-୨୦ ୧୭ ତାରିଖ ବୁଧବାର ଦିନ ବେଙ୍ଗାଲୁରୁଠାରେ ଖେଳାଯିବ ।
ଅଧିକ ପଢ଼ନ୍ତୁ : ଭାରତର ଟି-୨୦ ଦଳକୁ ଫେରିଲେ ଭାରତର ଷ୍ଟାର ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି