ଭାରତ ଓ ଜିମ୍ବାୱେ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ୬ ଜୁଲାଇରେ ଖେଳାଯିବ । ଏହି ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୪:୩୦ ରେ ଆରମ୍ଭ ହେବ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜର ସମସ୍ତ ମ୍ୟାଚ କେବଳ ହରାରେ ଠାରେ ଖେଳାଯିବ । ଯୁବ ଭାରତୀୟ ଦଳ ଶୁଭମାନ ଗିଲଙ୍କ ପ୍ରତିନିଧିତ୍ଵରେ ପଡ଼ିଆକୁ ଓହ୍ଲାଇବ। ୨୦୨୪ ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ରବିନ୍ଦ୍ର ଜାଡେଜା ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ନେଇଛନ୍ତି। ଯୁବ କ୍ରିକେଟରଙ୍କୁ ସୁଯୋଗ ଦେବା ପାଇଁ ବିସିସିଆଇ ଭିଭିଏସ ଲକ୍ଷ୍ମଣଙ୍କୁ କୋଚିଂ ଦାୟିତ୍ୱରେ ଜିମ୍ବାୱେ ଗସ୍ତରେ ପଠାଇଛନ୍ତି।
ବର୍ତ୍ତମାନ ପର୍ଯ୍ୟନ୍ତ ହରାରେ ୫୦ ଟି-୨୦ ମ୍ୟାଚ ଖେଳାଯାଇଛି । ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୨୯ ଥର ମ୍ୟାଚ ଜିତିଛି ଏବଂ ଟାର୍ଗେଟକୁ ଚେଜ କରୁଥିବା ଦଳ ୨୦ ଥର ମ୍ୟାଚ ଜିତିଛି। ଏଠାରେ ପ୍ରଥମ ଇନିଂସର ହାରାହାରି ସ୍କୋର ହେଉଛି ୧୫୨ । ଗୋଟିଏ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ସର୍ବାଧିକ ୨୨୯ ସ୍କୋର କରିଥିଲା।
ହରାରେ ପିଚରେ ଦ୍ୱିତୀୟ ଇନିଂସର ହାରାହାରି ସ୍କୋର ୧୩୦ ରହିଛି। ଦ୍ୱିତୀୟ ଇନିଂସର ସର୍ବାଧିକ ସ୍କୋର ହେଉଛି ୧୯୪ । ୨୦୦ ରନ ଚେଜ କରିବା ଏହି ଗ୍ରାଉଣ୍ଡରେ ସହଜ ହୋଇଥାଏ । ହରାରେ ସ୍ପୋର୍ଟସ କ୍ଲବ ପିଚ ଉଭୟ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ପାଇଁ ସହାୟକ ହୋଇଥାଏ । ଦ୍ରୁତ ବୋଲରମାନେ ମ୍ୟାଚରେ ପ୍ରଥମେ ସାହାଯ୍ୟ ପାଆନ୍ତି । କିନ୍ତୁ ଦ୍ଵିତୀୟ ଇନିଂସରେ ପିଚ୍ ରେ ବେଶୀ ପରିବର୍ତ୍ତନ ହୁଏ ନାହିଁ ।