ପୁଣେ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ପୁଣେରେ ଖେଳାଯାଉଛି। ମ୍ୟାଚ୍ର ଦ୍ୱିତୀୟ ଦିନରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଛି। ଭାରତ ୩୫ ଓଭରରେ ୬ ଓ୍ଵିକେଟ୍ ହରାଇ ୯୯ ରନ୍ କରିଛି। ଋଷଭ ପନ୍ତ ୧୮ ରନ୍ କରି ଆଉଟ୍ ହୋଇଛନ୍ତି। ସର୍ଫରାଜ ଖାନ୍ ଓ ରବୀନ୍ଦ୍ର ଜାଦେଜା କ୍ରିଜ୍ରେ ଅଛନ୍ତି। ନ୍ୟୁଜିଲାଣ୍ଡର ବୋଲରମାନେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି।
ଭାରତର ଷଷ୍ଠ ଓ୍ଵିକେଟ୍ ପଡ଼ିଛି। ସର୍ଫରାଜ ଖାନ୍ ୨୪ ବଲ୍ର ସମ୍ମୁଖୀନ ହୋଇ ୧୧ ରନ୍ କରିଥିଲେ। ସାଣ୍ଟନର ତାଙ୍କୁ ପ୍ୟାଭିଲିୟନ୍ ଯିବାର ବାଟ ଦେଖାଇଥିଲେ। ଏହା ପୂର୍ବରୁ ଯଶସ୍ୱୀ ଜୟସ୍ୱାଲ ୬୦ ବଲରେ ୩୦ ରନ୍ କରିଥିଲେ। ସେ ୪ଟି ଚୌକା ମାରିଥିଲେ। ଗ୍ଲେନ ଫିଲିପ୍ସ ଯଶସ୍ୱୀଙ୍କୁ ପ୍ୟାଭିଲିୟନ୍ ଯିବାର ବାଟ ଦେଖାଇଥିଲେ। ସେହିପରି ଭାରତୀୟ ଦଳର ତୃତୀୟ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲ ସାଣ୍ଟନର ବିରାଟ କୋହଲିଙ୍କୁ ଆଉଟ୍ କରିଥିଲେ। ଏହା ପୂର୍ବରୁ ମିଚେଲ ସାଣ୍ଟନର ଶୁଭମନ ଗିଲଙ୍କୁ ନିଜର ଶିକାର କରିଥିଲେ। ବିରାଟ କୋହଲି ମାତ୍ର ୧ ରନ୍ କରିପାରିଥିଲେ।
ସୂଚନାଯୋଗ୍ୟ, ଭାରତ ପ୍ରଥମ ଦିନରେ ପ୍ରଥମ ଇନିଂସରେ ୧ ୱିକେଟ୍ ହରାଇ ୧୬ ରନ୍ କରିଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ରୂପରେ ଭାରତର ପ୍ରଥମ ୱିକେଟ୍ ପଡ଼ିଥିଲା।
ଟିମ୍ ଇଣ୍ଡିଆର ପ୍ରଥମ ଦିନରେ ଯଶସ୍ୱୀ ଓ ରୋହିତ ଓପନିଂ କରିଥିଲେ। କିନ୍ତୁ ରୋହିତ କିଛି ଖାସ୍ କରିପାରିନଥିଲେ। ସେ ୯ଟି ବଲ୍ର ସମ୍ମୁଖୀନ ହୋଇ ଶୂନରେ ଆଉଟ୍ ହୋଇଥିଲେ। ଟିମ୍ ସାଉଦି ରୋହିତଙ୍କୁ ପ୍ୟାଭିଲିୟନ୍ ଯିବାର ବାଟ ଦେଖାଇଥିଲେ। ନ୍ୟୁଜିଲାଣ୍ଡ ଅଲଆଉଟ୍ ସୁଦ୍ଧା ୨୫୯ ରନ୍ କରିଥିଲା।
ଅଧିକ ପଢ଼ନ୍ତୁ: ଉତ୍ତେଜିତ ହେଲେ ଦର୍ଶକ, ଜାଣନ୍ତୁ କ'ଣ ହୋଇଛି ଘଟଣା