ଟୋକିଓ: ଜାପାନର ଭୋଟରମାନେ ଆଜି ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ସରକାରର ଭାଗ୍ୟ ନିର୍ଦ୍ଧାରଣ କରିବେ। ଚଳିତ ନିର୍ବାଚନରେ ସେମାନଙ୍କ ମେଣ୍ଟ ଉପରେ ସଙ୍କଟ ଦେଖାଦେଇଛି। ପାଣ୍ଠି ଦୁର୍ନୀତି ଏବଂ ମୁଦ୍ରାସ୍ଫୀତି ବୃଦ୍ଧି କୁ ନେଇ ଲୋକମାନେ ଇଶିବା ସରକାରଙ୍କ ବିରୋଧରେ କ୍ରୋଧିତ ଥିବା କୁହାଯାଉଛି, ଯାହା ତାଙ୍କ ଲିବରାଲ ଡେମୋକ୍ରାଟିକ୍ ପାର୍ଟି (ଏଲଡିପି)ର ଏକ ଦଶନ୍ଧିର ଆଧିପତ୍ୟର ଅନ୍ତ ଘଟାଇପାରେ।
ଜନମତ ସର୍ବେକ୍ଷଣ ଅନୁଯାୟୀ, ଏଲଡିପି ଏବଂ ଏହାର ଦୀର୍ଘକାଳୀନ ସହଯୋଗୀ କୋମେଇଟୋ ପରାଜୟର ସମ୍ମୁଖୀନ ହୋଇପାରନ୍ତି ଏବଂ ମେଣ୍ଟ ନିଜର ସଂସଦୀୟ ସଂଖ୍ୟାଗରିଷ୍ଠତା ହରାଇପାରେ। ଜାପାନ ଆଜିକାଲି ବଢୁଥିବା ମୁଦ୍ରାସ୍ଫୀତି ଏବଂ ପଡ଼ୋଶୀ ଚୀନ୍ ସହ ଉତ୍ତେଜନାପୂର୍ଣ୍ଣ ସମ୍ପର୍କ ସହିତ ସଂଘର୍ଷ କରୁଛି।
ଯଦି ଜନମତ ସର୍ବେକ୍ଷଣ ସତ ହୁଏ, ତେବେ ସଂଖ୍ୟାଗରିଷ୍ଠତା ହରାଇଲେ ଇଶିବା ମାସକ ତଳେ କ୍ଷମତାକୁ ଆସିଥିବା ଛୋଟ ଛୋଟ ଦଳମାନଙ୍କ ସହ କ୍ଷମତା ଭାଗିଦାରୀ ପାଇଁ ବୁଝାମଣା କରିବାକୁ ବାଧ୍ୟ ହେବେ। ଏହା କେତେକ ନୀତି କ୍ଷେତ୍ରରେ ଅନିଶ୍ଚିତତା ବଢ଼ାଇବ, ଯଦିଓ କୌଣସି ସର୍ଭେରେ ଏଲଡିପି କ୍ଷମତାରୁ ହଟିଯିବ ବୋଲି ପୂର୍ବାନୁମାନ କରାଯାଇନାହିଁ।
ରାଜନୈତିକ ଫଳାଫଳ ବଜାରରେ ଅସ୍ଥିରତା ସୃଷ୍ଟି କରିପାରେ, ଯାହା ବ୍ୟାଙ୍କ ଅଫ୍ ଜାପାନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ। କେନ୍ଦ୍ରୀୟ ବ୍ୟାଙ୍କ ସୁଧ ହାର ବଢ଼ାଉଥିବା ବେଳେ ଯଦି ଇଶିବା ଶୂନ୍ୟ ସୁଧ ହାର ବଜାୟ ରଖିବାକୁ ପସନ୍ଦ କରୁଥିବା ପାର୍ଟନର ବାଛିବେ, ତେବେ ଜାପାନର ସମସ୍ୟା ଆହୁରି ବଢ଼ିପାରେ।
ଅଧିକ ପଢ଼ନ୍ତୁ: ପୁଞ୍ଛରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ଠାବ