ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଆସନ୍ତା ଟି-୨୦ ସିରିଜ୍ ପାଇଁ ଶୁକ୍ରବାର ଭାରତୀୟ ଦଳ ଘୋଷଣା ହୋଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱାଧୀନ ଭାରତୀୟ ଟି-୨୦ ଦଳରେ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିବା ମୟଙ୍କ ଯାଦବ ଏବଂ ଶିବମ ଦୁବେଙ୍କୁ ଆହତ କାରଣରୁ ଦଳରେ ସାମିଲ କରାଯାଇ ନାହିଁ। ରିୟାନ ପରାଗ ମଧ୍ୟ ଆହତ କାରଣରୁ ଦଳରୁ ବାଦ୍ ଦିଆଯାଇଛି । ବାଂଲାଦେଶ ବିପକ୍ଷ ଟି-୨୦ ସିରିଜରେ ଶତକ ହାସଲ କରିଥିବା ସଞ୍ଜୁ ସାମସନ ଦଳରେ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି ।
ଅଭିଷେକ ଶର୍ମା ଦଳରେ ନିଜର ସ୍ଥାନ ବଜାୟ ରଖି ପାରିଛନ୍ତି । ବର୍ଡର-ଗାଭାଷ୍କର ଟ୍ରଫି ଲାଗି ଭାରତୀୟ ଦଳରେ ସାମିଲ କରାଯାଇ ଥିବାର ନୀତୀଶ ରେଡ୍ଡୀଙ୍କୁ ଟି-୨୦ ଦଳରେ ସାମିଲ କରାଯାଇନାହିଁ । ମିଷ୍ଟ୍ରି ବୋଲର ବରୁଣ ଚକ୍ରବର୍ତ୍ତୀ ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି । ୟଶ ଦୟାଲ, ବିଜୟ କୁମାର ବିଶକ ଏବଂ ରମଣଦୀପ ସିଂହ ଏହି ତିନି ଖେଳାଳିଙ୍କୁ ପ୍ରଥମ ଥର ଦଳରେ ସାମିଲ କରାଯାଇଛି । ସେମାନେ ଆଗାମୀ ଟି-୨୦ ସିରିଜ୍ରେ ଡେବ୍ୟୁ କରିପାରନ୍ତି । ରିଙ୍କୁ ସିଂ, ତିଳକ ବର୍ମା ଆଶାନୁରୂପ ଦଳରେ ସାମିଲ କରାଯାଇଛି ।
ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଥିବା ଭାରତର ଗସ୍ତ ୪ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ସହ ନଭେମ୍ବର ୮ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ । ଦ୍ବିତୀୟ ମ୍ୟାଚ୍ ନଭେମ୍ବର ୧୦ରେ ଖେଳାଯିବାକୁ ଥିବା ବେଳେ ତୃତୀୟ ମ୍ୟାଚ୍ ନଭେମ୍ବର ୧୩ ଏବଂ ଚତୁର୍ଥ ମ୍ୟାଚ୍ ନଭେମ୍ବର ୧୫ରେ ଖେଳାଯିବ । ଆଜି ଘୋଷିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଦଳ ସଂପୂର୍ଣ୍ଣ ଭିନ୍ନ ରହିଛି ।
ଟି-୨୦ ସିରିଜ୍ ଲାଗି ଭାରତୀୟ ଦଳ
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ୍, ଅଭିଷେକ ଶର୍ମା, ରିଙ୍କୁ ସିଂ, ତିଲକ ବର୍ମା, ଜିତେଶ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରମଣଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବିଜୟ କୁମାର, ଅଭେଶ ଖାନ, ୟଶ ଦୟାଲ ।