ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଜାରି ରହିଛି। ଆଜି ମ୍ୟାଚ୍ର ତୃତୀୟ ଦିନରେ ଖେଳାଯାଉଛି। ନ୍ୟୁଜିଲାଣ୍ଡ ତା'ର ଦ୍ୱିତୀୟ ଇନିଂସରେ ୨୫୫ ରନ୍ରେ ଅଲଆଉଟ୍ ହୋଇଛି। ଏଥି ସହିତ ନ୍ୟୁଜିଲାଣ୍ଡ ୩୫୮ ରନ୍ରେ ଅଗ୍ରଣୀ ରହିଛି। ଭାରତକୁ ପୁଣେ ଟେଷ୍ଟ ବିଜୟ ହାସଲ କରିବା ପାଇଁ ୩୫୯ ରନ୍ ଦରକାର।
ଭାରତର ବୋଲରମାନେ ଆଜି ଭଲ ବୋଲିଂ ପ୍ରଦର୍ଶନ କରିଛନ୍ତି। ନ୍ୟୁଜିଲାଣ୍ଡକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ଯୁବ ବୋଲର ୱାଶିଂଟନ୍ ସୁନ୍ଦର ୪ଟି ୱିକେଟ୍ ନେଇଛନ୍ତି। ସେହିପରି ରବୀନ୍ଦ୍ର ଜାଡେଜା ୩ଟି ଓ ରବିଚନ୍ଦ୍ରନ ଅଶ୍ବିନ ୨ଟି ୱିକେଟ୍ ନେଇଛନ୍ତି। ୱିଲିୟମ୍ ଓରକିଙ୍କୁ ରବୀନ୍ଦ୍ର ଜାଦେଜା ଓ ୱାଶିଂଟନ୍ ସୁନ୍ଦର ମିଳିତ ଉଦ୍ୟମରେ ରନ୍ ଆଉଟ୍ କରିଥିଲେ।
ପ୍ରଥମ ଇନିଂସ୍ ଆଧାରରେ କିୱି ଦଳ ୧୦୩ ରନ୍ର ଅଗ୍ରଣୀ ହାସଲ କରିଥିଲା। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ଟମ୍ ଲାଥାମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ତା'ର ପ୍ରଥମ ଇନିଂସରେ ୨୫୯ ରନ୍ କରିଥିଲା। ଭାରତ ପକ୍ଷରୁ ଓ୍ଵାସିଂଟନ ସୁନ୍ଦର ୭ଟି ୱିକେଟ୍ ନେଇଥିଲେ। ଭାରତ ନିଜର ପ୍ରଥମ ପାଳିରେ ସ୍କୋର ୧୫୬ ରନ୍ ସଂଗ୍ରହ କରିଥିଲା।
ଅଧିକ ପଢ଼ନ୍ତୁ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା