ପୁଣେ: ଭାରତ ଏବଂ ନ୍ୟୁଜଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଘରୋଇ ମାଟିରେ ଧରାଶାୟୀ ହୋଇଛି ଟିମ୍ ଇଣ୍ଡିଆ । ଶନିବାର ପୁଣେ ଟେଷ୍ଟ ହାରି ସିରିଜକୁ ହାତ ଛଡ଼ା କରିଛି ଭାରତ । ଶେଷରେ ୧୯୫୫ରୁ ଭାରତ ମାଟିରେ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ସିରିଜ ଜିତିବା ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ପୂରଣ ।
ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଚାଲିଥିବା ଟେଷ୍ଟରେ ଭ୍ରମଣକାରୀ ଦଳ ଘରୋଇ ଟିମକୁ ମାତ୍ ଦେଇ ୧୧୩ ରନରେ ବିଜୟୀ ଲାଭ କରିଛି । ଚଳିତ ସିରିଜ୍ ଲଗାତର ଦୁଇଟି ମ୍ୟାଚ୍ ଜିତି କ୍ୱିୱି ଦଳ ସିରିଜକୁ ନିଜ ଅକ୍ତିଆରକୁ ନେଇଛି । ଅନ୍ୟ ପକ୍ଷରେ ଦୀର୍ଘ ୧୨ ବର୍ଷ ହେବ ନିଜ ମାଟିରେ ଟେଷ୍ଟ ସିରିଜରେ ଭାରତ ଯେଉଁ ବିଜୟ ଧାରା ଲଗାଇ ରଖିଥିଲା ସେଥିରେ ରୋକ୍ ଲାଗିଛି ।
ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଅଧିନାୟକ ଟିମ୍ ଲାଥାମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ ତା'ର ପ୍ରଥମ ଇନିଂସରେ ୨୫୯ ରନ୍ କରିଥିଲା। ଭାରତ ପକ୍ଷରୁ ଓ୍ଵାସିଂଟନ ସୁନ୍ଦର ୭ଟି ୱିକେଟ୍ ନେଇଥିଲେ। ଭାରତ ନିଜର ପ୍ରଥମ ପାଳିରେ ସ୍କୋର ୧୫୬ ରନ୍ ସଂଗ୍ରହ କରିଥିଲା । ପ୍ରଥମ ଇନିଂସ୍ ଆଧାରରେ କିୱି ଦଳ ୧୦୩ ରନ୍ର ଅଗ୍ରଣୀ ହାସଲ କରିଥିଲା । ନ୍ୟୁଜିଲାଣ୍ଡ ତା'ର ଦ୍ୱିତୀୟ ଇନିଂସରେ ୨୫୫ ରନ୍ରେ ଅଲଆଉଟ୍ ହୋଇଥିଲା । ଏଥି ସହିତ ନ୍ୟୁଜିଲାଣ୍ଡ ୩୫୮ ରନ୍ରେ ଅଗ୍ରଣୀ ରହିଥିଲା । ଭାରତକୁ ପୁଣେ ଟେଷ୍ଟ ବିଜୟ ହାସଲ କରିବା ପାଇଁ ୩୫୯ ରନ୍ ଦରକାର । ମାତ୍ର ଘରୋଇ ଟିମ୍ 60 ଓଭର 2ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ମାତ୍ର ୨୪୫ ରନ୍ କରିପାରିଥିଲା ।