ମୁମ୍ବାଇ: ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ଏହା ପରେ ପରେ ମୁଖ୍ୟ ଅଜୀତ ଅଗରକରଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି । ବିସିସିଆଇ ଅଗରକରଙ୍କ ଚୁକ୍ତିକୁ ୨୦୨୬ ଜୁନ୍ ପର୍ଯ୍ୟନ୍ତ ବର୍ଦ୍ଧିତ କରିଥିବା ସୂଚନା ରହିଛି ।
୨୦୨୩ ଜୁନରେ ଅଜିତ ଅଗରକର ନିଯୁକ୍ତି ପାଇଥିଲେ । ୨୦୨୪ରେ ଟିଟ୍ୱେଣ୍ଟି ବିଶ୍ୱକପ୍ ଏବଂ ଚାମ୍ପିଅନ୍ସ ଟ୍ରଫି ହାସଲ କରିଛି ଟିମ୍ ଇଣ୍ଡିଆ । ତାଙ୍କ କାର୍ଯ୍ୟକାଳରେ ଟେଷ୍ଟ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ସୁଧାର ଆସିଥିଲା । ୨୦୨୩ ବିଶ୍ୱକପରେ ମଧ୍ୟ ଫାଇନାଲ ଖେଳିଥିଲା । ଏ ତମାମ ଉପଲବ୍ଧି ଦେଖିବା ପରେ ଅଗରକରଙ୍କ ଚୁକ୍ତି ଅବଧିକୁ ବିସିସିଆଇ ବୃଦ୍ଧି କରିଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୨୦୨୫ ଆଇପିଏଲ ପୂର୍ବରୁ ଅଜୀତ ଅଗରକରଙ୍କ ଚୁକ୍ତି ଅବଧି ବୃଦ୍ଧି ପାଇଁ ଆଲୋଚନା ହୋଇସାରିଥିଲା । କେବଳ ତାହାକୁ କାର୍ଯ୍ୟକାରୀ କରିବା ବାକି ଥିଲା । ବିସିସିଆଇର ଜଣେ ଅଧିକାରୀଙ୍କ ମୁତାବକ, ଅଜୀତ ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତୀୟ ଟିମ୍ ଟାଇଟଲ୍ ହାସଲ କରିଥିଲା । ସେଥିପାଇଁ ବିସିସିଆଇ ତାଙ୍କ ଚୁକ୍ତିକୁ ୨୦୨୬ ଜୁନକୁ ବଢ଼ାଇଥିଲା ଏବଂ ସିଏ ମଧ୍ୟ କିଛି ଦିନ ପରେ ବିସିସିଆଇକ ପ୍ରସ୍ତାବକୁ ସ୍ୱୀକାର କରିନେଇଥିଲେ ।
ବର୍ତ୍ତମାନ ଚୟନ କମିଟିରେ ଆଗରକରଙ୍କ ବ୍ୟତୀତ ଏସ୍ ଏସ୍ ଦାସ, ସୁବ୍ରୋତୋ ବାନାର୍ଜୀ, ଅଜୟ ରାତ୍ରା ଏବଂ ଏସ୍ ଶରଥ ଅଛନ୍ତି । କିନ୍ତୁ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ବାର୍ଷିକ ସାଧାରଣ ବୈଠକ ପରେ ବରିଷ୍ଠ ଚୟନ କମିଟିରେ କିଛି ପରିବର୍ତ୍ତନ ଦେଖାଯିବ ବୋଲି ବିଶ୍ୱାସ କରାଯାଉଛି। ସେପ୍ଟେମ୍ବର ୨୦୨୧ରେ କନିଷ୍ଠ ଚୟନ କମିଟିର ଅଧ୍ୟକ୍ଷ ଥିବା ଶରଥ ଏବଂ ଜାନୁଆରୀ ୨୦୨୩ରେ ବରିଷ୍ଠ ଚୟନ କମିଟିକୁ ପଦୋନ୍ନତି ପାଇଥିଲେ। ସେ ଏବେ ଚାରି ବର୍ଷ ପୂରଣ କରିବାକୁ ଯାଉଛନ୍ତି।
ବୋର୍ଡ ସେମାନଙ୍କ ସ୍ଥାନରେ ଜଣେ ନୂତନ ଚେହାରକୁ ନିଯୁକ୍ତ କରିପାରେ। ବିସିସିଆଇ ଆଗକୁ ନୂତନ ଆବେଦନ ଆମନ୍ତ୍ରଣ କରିବ। ତଥାପି, ବୋର୍ଡ ଦାସ ଏବଂ ବାନାର୍ଜୀଙ୍କୁ ବଜାୟ ରଖିବ କି ନାହିଁ ତାହା ସ୍ପଷ୍ଟ ନୁହେଁ। ବୋର୍ଡ ବର୍ତ୍ତମାନର ଚୟନ କମିଟି ଉପରେ ସନ୍ତୁଷ୍ଟ ବୋଲି ଜଣାପଡ଼ିଛି ଏବଂ ପ୍ୟାନେଲରେ କେବଳ ଗୋଟିଏ ସମ୍ଭାବ୍ୟ ପରିବର୍ତ୍ତନ କରାଯାଇପାରିବ।