ଭୁବନେଶ୍ୱର: ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଗୁରୁବାର ଏକ ବଡ଼ ସୂଚନା ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ ଏନଏଏସି ।
ସ୍ୱାୟତ ଶାସନ ଦିବସରେ ନୂତନ ଏନ୍ଏଏସି ଘୋଷଣା ହେବ । ଏଥିପାଇଁ ସମସ୍ତ କାଗଜପତ୍ର କାମ ଶେଷ ହୋଇଛି । ଗତ ୧୭ ତାରିଖରେ ୧୨ଟି ଏନଏସି ଘୋଷଣା ହୋଇଥିଲା । ଅନ୍ୟ ଯେଉଁ ଜିଲ୍ଲାରେ ଏନଏସି ପାଇଁ ଦାବି ହେଉଛି, ସରକାର ତାହା ଉପରେ ବିଚାର କରୁଛନ୍ତି । ସେଠିକାର ଜନସଂଖ୍ୟା, ଅନ୍ୟାନ୍ୟ ମାପଦଣ୍ଡ ଦେଖି ସରକାର ବିଚାର କରୁଛନ୍ତି । ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ନୋଟିସ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁମୋଦନ କରିବା ଦରକାର ବୋଲି କହିଛନ୍ତି ମନ୍ତ୍ରୀ ।