ଭୁବନେଶ୍ୱର: ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହେବ । ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି । ନୂଆଦିଲ୍ଲୀ ଗସ୍ତବେଳେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି ଥିବା ସୂଚନା ଦେଇଛନ୍ତି ।
ସରକାର ଗଠନ ପରେ ପ୍ରଥମ ଥର ଦିଲ୍ଲୀ ଗସ୍ତ କରି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବା ସହିତ ୭ଟି ପ୍ରସ୍ତାବ ଦେଇଛନ୍ତି । ପ୍ରାକୃତିକ ବିପର୍ଯୟ ଜନିତ ସମସ୍ୟା ସମାଧାନ କେନ୍ଦ୍ରର ପାଇଁ ସହଯୋଗ ଲୋଡ଼ିଛନ୍ତି । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ କେନ୍ଦ୍ର ସରକାରଙ୍କ ଦାବି ଜଣାଇଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ବହୁମୂଖୀ ହେବ। ପ୍ରାକୃତିକ ବିପର୍ଯ୍ୟୟ ଅଂଚଳ ଗୁଡିକରେ ଥିବା ସ୍କୁଲ ପାଖରେ ତିଆରି ହେବ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକେ ସେଠାରେ ଆଶ୍ରୟ ନେବେ । ଅନ୍ୟ ସମୟରେ ସ୍କୁଲ ଓ ସ୍ଥାନୀୟ ଅଂଚଳର ସାମାଜିକ କାର୍ଯ୍ୟ ବ୍ୟବହାର ହେବ । ଯାହାଫଳରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକ ଅବହେଳିତ ଅବସ୍ଥାରେ ରହିବନି । ଆଗୁଆ ପାଣିପାଗ ସୂଚନାକୁ ଆଧୁନିକ କରଣ ପାଇଁ ସହାୟତା ଲୋଡିଥିବା ରାଜସ୍ୱ ମନ୍ତ୍ରୀ ଦିଲ୍ଲୀରୁ ଫେରିବା ପରେ କହିଛନ୍ତି ।
ବାତ୍ୟା ବନ୍ୟା ସମୟ ରେ ଶକ୍ତି ବିଭାଗ କ୍ଷତି ଗ୍ରସ୍ତ ହେଉଛି । ବିଶେଷ କରି ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ ହେଉଛି । ଓଡ଼ିଶାରେ ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ଅଣ୍ଡର ଗ୍ରାଉଣ୍ଡ କରିବା ପାଇଁ ସାଢେ ୭ ହଜାର କୋଟି ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବ ସେଥିପାଇଁ ଆଲୋଚନା ହୋଇଛି । ଲେଣ୍ଡ ସେଟଲ ମେଣ୍ଟକୁ ନେଇ ବହୁ ସମସ୍ୟା ଅଛି, ଜମି ଜମା ମାମଲାର ନିଖୁଣ ସମାଧାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି । ଏଫସିଆଇର ସମସ୍ୟା ଅଛି ସେବାବଦ ରେ କେନ୍ଦ୍ର ମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇଛି