କଟକ: ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ରିମାଣ୍ଡରେ ଆସିବେ ଆଉ ୨ ଅଭିଯୁକ୍ତ। ଗିରଫ ଦୁଇ ଅଭିଯୁକ୍ତ ରାମଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଷୋୟୀଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ନେଇ ନେରା କରିବ । ଅଧିକ ତଦନ୍ତ ପାଇଁ ଉୟଭଙ୍କୁ ଦୁଇ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ଗୋଟିଏ ଦିନର ରିମାଣ୍ଡ ଅନୁମତି ଦେଇଛନ୍ତି କଟକ ଜେଏମଏଫ ସି ୩ କୋର୍ଟ ।
ଗିରଫ ୨ ଅଭିଯୁକ୍ତ ରାମଜୀ ପ୍ରସାଦ ଗୁପ୍ତା ଓ ସନାତନ ବିଷୋୟୀ ଉଭୟ ପ୍ରଶ୍ନପତ୍ର ପ୍ରଘଟରେ କେଉଁ ଭୂମିକା ନିଭାଇ ଥିଲେ, କିଭଳି ଏହି କାରବାରରେ ସମ୍ପୃକ୍ତ ହେଲେ, ଏଥିପାଇଁ ତାଙ୍କୁ କେତେ ଟଙ୍କା ମିଳିଛି ଏବଂ ଆଉ କିଏ କିଏ ସମ୍ପୃକ୍ତ ରହିଛନ୍ତି, ଏମିତି ବିଭିନ୍ନ ପ୍ରଶ୍ନ ଉପରେ କ୍ରାଇମବ୍ରାଞ୍ଚ ଜେରା କରିବ। ତେଣୁ ଉଭୟଙ୍କୁ ଜେରା ପରେ ଅଧିକ ତଥ୍ୟ ମିଳିପାରିବ ।
ସୂଚନା ଅନୁସାରେ ଗତ ୨୦ତାରିଖରେ ସ୍ପେଶାଲ ଓଟିଇଟି ପରୀକ୍ଷା ହେବାର ଥିଲା । ଏହାପୂର୍ବରୁ ଗତ ୧୯ ତାରିଖ ରାତିରେ ଭାଇରାଲ ହୋଇଥିଲା ପ୍ରଶ୍ନପତ୍ର। ଫଳରେ ପରୀକ୍ଷାକୁ ବାତିଲ କରାଯାଇଥିଲା । ଏହାପରେ ଆସନ୍ତା ୩୧ ତାରିଖରେ ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ଅଧିକ ପଢନ୍ତୁ: ବିଚ୍ ରାସ୍ତାରେ ଆଇନଜୀବୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ରିକ୍ସା ଚାଳକ; ଆକ୍ରମଣର କାରଣ ଅସ୍ପଷ୍ଟ