ପୁଣି ସ୍ଥଗିତ ରହିଲା ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା। ଆସନ୍ତା ୩୧ ତାରିଖରେ ଏହି ପରୀକ୍ଷା ହେବାକୁ ଥିଲା । ହେଲେ ବର୍ତ୍ତମାନ ଏହି ପରୀକ୍ଷା ସ୍ଥଗିତ ରହିଛି। OTET ସ୍ଥଗିତ ନେଇ ବିଏସଇ ସୂଚନା ଜାରି କରିଛି । ଅନିବାର୍ଯ୍ୟ କାରଣ ପାଇଁ ପରୀକ୍ଷା ସ୍ଥଗିତ ରହିଲା ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏହାସହ ପରୀକ୍ଷା କେବେ ହେବ ସେନେଇ ମଧ୍ୟ ବୋର୍ଡ ପକ୍ଷରୁ ଶୀଘ୍ର ଜଣାଇ ଦିଆଯିବ ବୋଲି କୁହାଯାଇଛି ।
ଜୁଲାଇ ୨୦ରେ ସ୍ୱତନ୍ତ୍ର ଓଟିଇଟି-୨୦୨୫ ଅନୁଷ୍ଠିତ ହୋଇଥାନ୍ତା । କିନ୍ତୁ ପରୀକ୍ଷାର ଠିକ ପୂର୍ବଦିନ ରାତିରେ ଅପ୍ରତ୍ୟାଶିତ ଭାବେ ବାତିଲ କରାଯାଇଥିଲା । ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ପରୀକ୍ଷା ବାତିଲ କରାଯାଇଥିଲା । ଘଟଣାର ତଦନ୍ତ କରି ୬ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।