ଖୋର୍ଦ୍ଧା: ଜଳିଗଲା ଆମ ବସ୍ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ରାସ୍ତାମଝିରେ ହୁ ହୁ ହୋଇ ଜଳିଗଲା ଆମ ବସ୍ । କଟକରୁ ଖୋର୍ଦ୍ଧା ଯାଉଥିବା ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ନିକଟରେ ଆଜି ଏହି ଅଘଟଣ ଘଟିଛି । ତେବେ ବସ୍ ଭିତରୁ ସବୁ ଯାତ୍ରୀ ସୁରକ୍ଷିତ ବାହାରି ଯାଇଥିବା ସୂଚନା ମିଳିଛି । ଅଘଟଣରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ କାହିଁକି ବସ୍ ଜଳିଗଲା ତାର କାରଣ ଅସ୍ପଷ୍ଟ ରହିଛି।