ସାଲେପୁର: ରାଜ୍ୟରେ ପୁଣି ଏକ ଆତ୍ମାହୁତି ଘଟଣା ସାମ୍ନାକୁ ଆସିଛି । ଜଣେ ମାଆ ତାର ତିନୋଟି ପିଲାଙ୍କ ସହିତ ଆତ୍ମାହୁତି ଦେବାକୁ ଉଦ୍ୟମ କରିଛି । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିତକୋଇଲି ଥାନା ଅଧିନସ୍ଥ ବାଲିଆପଦା ଗ୍ରାମରେ । ତେବେ ଗ୍ରାମବାସୀ ତାଙ୍କୁ ଦେଖିବା ପରେ ଆତ୍ମାହୁତି କରିବା ପୂର୍ବରୁ ମହିଳାଙ୍କ ସହ ତିନି ପିଲାଙ୍କୁ ବଞ୍ଚାଇ ଦେଇଛନ୍ତି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ନିଶ୍ଚିନ୍ତକୋଇଲି ଥାନା ବାଲିଆପଦାର ଜଣେ ମହିଳା ତାଙ୍କ ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ସନ୍ଦେହ କରିଛନ୍ତି । ଏହା ପରେ ସେ ଆତ୍ମାହୁତି ଉଦ୍ୟମ କରିଛନ୍ତି ସ୍ତ୍ରୀ। ତାଙ୍କ ସାଙ୍ଗରେ ୩ ଜଣ ନାବାଳିକା ଝିଅ ମଧ୍ୟ ଥିଲେ । ଦେହରେ କିରୋସିନି ଢ଼ାଳି ହୋଇ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ କାବୁ କରିନେଥିଲେ । ପରେ ପୋଲିସକୁ ଖବର ଦେବା ପରେ ପୋଲିସ ଉକ୍ତ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।