ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଉପରବାହାଳ ନିକଟରେ ଆଜି ଭୋରରୁ ଏହି ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ ୨୦ ଫୁଟ ତଳକୁ ଖସିପଡିଛି । ଯାହା ଫଳରେ ୨ ଜଣ ଆହତ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ, ଗୁରୁବାର ସକାଳୁ ଏକ ବସ୍ ଲହୁଣିପଡ଼ାରୁ ବଣାଇ ଅଭିମୁଖେ ବାହାରିଥିଲା । ବସ୍ଟି ଲହୁଣିପଡ଼ା ଠାରୁ ବଣାଇ ଦେଇ ଭୁବନେଶ୍ୱର ଯାଇଥାନ୍ତା । ଏହି ସମୟରେ ଭାରସାମ୍ୟ ହରାଇ ବସଟି ଖାଲ ଭିତରକୁ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ଚାଳକର ଗୋଡ଼ରେ ଆଘାତ ଲାଗିବା ସହ ଜଣେ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି ପୁଲିସ ବଣାଇ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିବା ସୂଚନା ମିଳିଛି ।