ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଗୁଣ୍ଡାରାଜ୍ ଦେଖିବାକୁ ମିଳିଛି । ନୂଆଖାଇ ପର୍ବ ପାଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଛାତ୍ରମାନଙ୍କୁ ଅଣଛାତ୍ରମାନେ ନିସ୍ତୁକ ମାଡ଼ ମାରିବାକୁ ନେଇ ଗୋପାଳପୁର ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ନେି ବିଶ୍ୱବିଦ୍ୟାଳୟ ପରିସରରେ ୨ ପ୍ଲାର୍ଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଏସପି ଶ୍ରବଣା ବିବେକ ଏମଙ୍କ ସୂଚନା ମୁତାବକ, ଗତକାଲି ବିଶ୍ୱବିଦ୍ୟାଳୟ ଅଡ଼ିଟୋରିୟମରେ ନୂଆଖାଇ ପର୍ବ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଅଣଛାତ୍ରମାନେ କାର୍ଯ୍ୟକ୍ରମରେ ପଶିଥିବାନେଇ ଗୋଟିଏ ଛାତ୍ର ଗୋଷ୍ଠୀ ଅଭିଯୋଗ କରିଥିଲେ । ଫଳରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମକୁ ଅଧାରୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାରି ମଧ୍ୟରେ ଦୁଇ ଛାତ୍ରଗୋଷ୍ଠୀ ମଧ୍ୟରେ ମାଡ଼ଗୋଳ ଏବଂ ପିଟାପିଟି ହୋଇଥିଲା । ଫଳରେ ଏକାଧିକ ଛାତ୍ର ଆହତ ହୋଇଛନ୍ତି ।
ଏ ନେଇ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଏତଲା ଦିଆଯାଇଛି । ଗୋପାଳପୁର ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ଏସପି ।