ନୂଆଦିଲ୍ଲୀ: ପ୍ରବଳ ହଙ୍ଗାମା, ହଟ୍ଟଗୋଳ ଏବଂ ମୁଲତବୀ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ମୌସୁମୀ ଅଧିବେଶନକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି ।
ଲୋକସଭା ମୌସୁମୀ ଅଧିବେଶନରେ ୧୨୦ ଘଣ୍ଟାର ଆଲୋଚନା ପାଇଁ ସ୍ଥିର ହୋଇଥିଲା । କିନ୍ତୁ ମାତ୍ର ୩୭ ଘଣ୍ଟା ହିଁ ଆଲୋଚନା ହେବା ସମ୍ଭବପର ହୋଇପାରିଥିଲା । ଆଉ ୮୩ ଘଣ୍ଟା ହଟ୍ଟଗୋଳ ଏବଂ ମୁଲତବୀରେ ଚାଲିଗଲା । ଏହାରି ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗର ୧୪ଟି ବିଲ୍ ଆଗତ ହୋଇଛି । ୧୨ଟି ବିଲ୍ ପାରିତ ହୋଇଛି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ବିନା ଆଲୋଚନାରେ ଅଧିକାଂଶ ପ୍ରସ୍ତାବ ପାରିତ ହୋଇଯାଇଛି । ଅଧିବେଶନରେ ମୋଟ ୪୧୯ଟି ତାରକା ଚିହ୍ନିତ ପ୍ରଶ୍ନ ସାମିଲ ଥିଲା । କିନ୍ତୁ ମାତ୍ର ୫୫ଟି ପ୍ରଶ୍ନର ମୌଖିକ ଉତ୍ତର ଆସିପାରିଥିଲା ।
ଅପରେସନ୍ ସିନ୍ଦୂର, ଭାରତର ମହାକାଶ କାର୍ୟ୍ୟକ୍ରମର ଉପଲବ୍ଧି ଉପରେ ମଧ୍ୟ ଆଲୋଚନା ହୋଇଛି । ଅପରେସନ୍ ସିନ୍ଦୂର ଆଲୋଚନା ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଅଂଶ ଗ୍ରହଣ କରି ବିରୋଧୀଙ୍କୁ କଡ଼ା ଯବାବ ଦେଇଛନ୍ତି ।