ଜାମ୍ମୁକାଶ୍ମୀରରୁ ଏକ ବଡ଼ ଦୁଃଖଦ ଖବର ଆସିଛି। ଗୁରୁବାର ସକାଳେ ସାମ୍ବା ଜିଲ୍ଲାର ଜାତୱାଲ ଅଞ୍ଚଳରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । କୁହାଯାଉଛି ଯେ, ଟାୟାର ଫାଟି ଯିବାରୁ ବସ୍ ଟି ପୋଲ ଉପରୁ ୨୦ଫୁଟ୍ ଗଭୀର ଡ୍ରେନ ଭିତରକୁ ଖସିପଡିଥିଲା।
ସମସ୍ତ ଯାତ୍ରୀ ୟୁପିର ଅମରୋହା ଜିଲ୍ଲାର ବାସିନ୍ଦା, ସେମାନେ ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ କଟରା ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ଏବଂ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
୮ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର
ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଏବଂ ପଥଚାରୀମାନେ ତୁରନ୍ତ ସାହାଯ୍ୟ ପାଇଁ ଆଗକୁ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସମସ୍ତ ଆହତଙ୍କୁ ଜିଲ୍ଲା ହସ୍ପିଟାଲ ସାମ୍ବାକୁ ପଠାଯାଇଥିଲା, ଯେଉଁଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୮ ଜଣ ଯାତ୍ରୀଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି, ଯେଉଁମାନଙ୍କୁ ଉନ୍ନତ ଚିକିତ୍ସା ସେବା ପାଇଁ AIIMS ବିଜୟପୁରକୁ ରେଫର କରାଯାଇଛି।
ପିଲା ଏବଂ ମହିଳାମାନେ ମଧ୍ୟ ଦୁର୍ଘଟଣାର ଶିକାର
ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଜଣେ ଯାତ୍ରୀ କହିଛନ୍ତି ଯେ ସେ ଆମରୋହାରୁ ଆସି ମାତା ବୈଷ୍ଣୋ ଦେବୀଙ୍କ ତୀର୍ଥଯାତ୍ରା ପାଇଁ କଟରା ଯାଉଥିଲେ। ବସ୍ ରେ ପିଲା ଏବଂ ମହିଳା ମଧ୍ୟ ଯାତ୍ରା କରୁଥିଲେ।