ଥାଇଲ୍ୟାଣ୍ଡରେ ଚାଲିଥିବା ପାରା ବିଶ୍ୱ ଚାମ୍ପିଅନସିପ ୨୦୨୪ର ଏକକ ବର୍ଗରେ ଟାଇଟଲ ଜିତିଛନ୍ତି ପ୍ରମୋଦ ଭଗତ। ଏହା ପ୍ରମୋଦଙ୍କର ପଞ୍ଚମ ଥର ପାଇଁ ବିଶ୍ୱ ପାରା ବ୍ୟାଡମିଣ୍ଟନ ଟାଇଟଲ୍ ଜିତିବାର ରେକର୍ଡ। ପ୍ରମୋଦ ପୂର୍ବରୁ ୨୦୦୯, ୨୦୧୫, ୨୦୧୯, ୨୦୨୨ରେ ସ୍ଵର୍ଣ୍ଣ ପଦକ ଜିତିଥିଲେ I ତେବେ ଚଳିତ ଥର ସିଙ୍ଗଲ୍ସ ଫାଇନାଲରେ ଇଂଲଣ୍ଡର ଡାନିଏଲ୍ ବେଥଲଙ୍କୁ ହରାଇ ଚାମ୍ପିଅନ୍ ହୋଇଛନ୍ତି।
ପ୍ରଥମ ସେଟରେ ପ୍ରମୋଦ ନିରାଶ ହୋଇଥିଲେ ମଧ୍ୟ ପରେ ଦୁଇଟି ସେଟ୍ ରେ ସଫଳତାର ସହିତ ବିଜୟ ହାସଲ କରି ଯଥାକ୍ରମେ ୨୧-୧୫ ଏବଂ ୨୧-୧୪ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ଡାନିଏଲଙ୍କୁ ୧୪-୨୧, ୨୧-୧୫, ୨୧-୧୪ ସେଟରେ ହରାଇଛନ୍ତି।
ଚଳିତ ବର୍ଷ ଥାଇଲାଣ୍ଡରେ ବିଶ୍ବ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଖେଳାଯାଉଛି । ତେବେ ରବିବାର ବ୍ୟାଡମିଣ୍ଟନ ସିଙ୍ଗଲ୍ସ ଫାଇନାଲ୍ ଇଂଲଣ୍ଡର ବେଥଲ ଏବଂ ପ୍ରମୋଦ ଭଗତଙ୍କ ମଧ୍ୟରେ ହୋଇଥିଲା। ଉଭୟଙ୍କ ମଧ୍ୟରେ ମ୍ୟାଚ୍ ୧ ଘଣ୍ଟା ୪୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା।
ଅଧିକ ପଢନ୍ତୁ: ଖୁବ ଶୀଘ୍ର ଭାରତର ପ୍ରତିରକ୍ଷା ରପ୍ତାନୀ ହୋଇପାରେ ୫୦ ହଜାର କୋଟି