ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚ୍ ଇଂଲଣ୍ଡର ଲିଡ୍ସର ହେଡିଂଲିରେ ଅନୁଷ୍ଠିତ ହେବ। ଏହି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। କିନ୍ତୁ ବର୍ଷା ମ୍ୟାଚ୍ ଉପରେ ଟିକେ ପ୍ରଭାବ ପକାଇପାରେ। ମ୍ୟାଚର ପ୍ରଥମ ଦିନରେ ବର୍ଷା ହେବାର ସମ୍ଭାବନା ବହୁତ କମ ରହିଛି। କିନ୍ତୁ ଏହା ପରେ, ପାଗ ଆଗାମୀ ଚାରି ଦିନ ପାଇଁ ମ୍ୟାଚରେ ବାଧକ ସାଜିପାରେ।
ପ୍ରଥମ ଟେଷ୍ଟ ମ୍ୟାଚ୍ର ପାଞ୍ଚଟି ଦିନରେ ପାଗ କିପରି ରହିବ?
ପ୍ରଥମ ଦିନ- AccuWeatherର ରିପୋର୍ଟ ଅନୁଯାୟୀ, ଲିଡ୍ସରେ ପ୍ରଥମ ଦିନ ପାଗ ପ୍ରାୟତଃ ଭଲ ରହିବ। ପ୍ରଥମ ଦିନ ବହୁତ ଗରମ ଅନୁଭୂତ ହେବ। ଦିନରେ ସର୍ବାଧିକ ତାପମାତ୍ରା ୩୧ ଏବଂ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ସେଲସିୟସ୍ ରହିବ।
ଦ୍ଵିତୀୟ ଦିନ- ମ୍ୟାଚ୍ର ଦ୍ୱିତୀୟ ଦିନରେ ପ୍ରଶଂସକମାନେ ନିରାଶ ହୋଇପାରନ୍ତି। ଏହି ଦିନ ବର୍ଷା ହେବାର ସମ୍ଭାବନା ୬୬ ପ୍ରତିଶତ ରହିଛି। ଦିନର ସର୍ବନିମ୍ନ ତାପମାତ୍ରା ୧୫ ଏବଂ ସର୍ବାଧିକ ତାପମାତ୍ରା ୨୯ ଡିଗ୍ରୀ ସେଲସିୟସ୍ ରହିବ।
ତୃତୀୟ ଦିନ- ତୃତୀୟ ଦିନରେ ମଧ୍ୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ ହେବାକୁ ପଡ଼ିପାରେ। ଏହି ଦିନ ବର୍ଷା ହେବାର ସମ୍ଭାବନା ୬୦ ପ୍ରତିଶତ ରହିଛି। ଅନ୍ୟପକ୍ଷରେ ଦିନର ସର୍ବନିମ୍ନ ତାପମାତ୍ରା ୧୨ ଏବଂ ସର୍ବାଧିକ ତାପମାତ୍ରା ୨୨ ଡିଗ୍ରୀ ସେଲସିୟସ୍ ରହିବ।
ଚତୁର୍ଥ ଦିନ- ପ୍ରଥମ ମ୍ୟାଚ୍ର ଚତୁର୍ଥ ଦିନରେ ପାଗ ଅପେକ୍ଷାକୃତ ଭଲ ରହିବ। ଏହି ଦିନ ବର୍ଷା ହେବାର ସମ୍ଭାବନା ୨୫ ପ୍ରତିଶତ ରହିଛି। ଦିନ ବେଳେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ୍ ରହିବ।
ପଞ୍ଚମ ଦିନ- ମ୍ୟାଚ୍ର ପଞ୍ଚମ ଦିନରେ ପ୍ରଶଂସକମାନେ ପୁଣି ଥରେ ନିରାଶ ହୋଇପାରନ୍ତି। ଏହି ଦିନ ବର୍ଷା ହେବାର ସମ୍ଭାବନା ୬୪ ପ୍ରତିଶତ ରହିଛି। ଦିନର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ଏବଂ ସର୍ବାଧିକ ତାପମାତ୍ରା ୨୧ ଡିଗ୍ରୀ ସେଲସିୟସ୍ ହୋଇପାରେ।