ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ସେ ପୂର୍ବରୁ ଟି-୨୦ରୁ ଅବସର ନେଇସାରିଛନ୍ତି ଏବଂ ଏବେ ଟେଷ୍ଟ ଫର୍ମାଟକୁ ମଧ୍ୟ ଅଲବିଦା କହିସାରିଛନ୍ତି। କେବଳ ଏକଦିବସୀୟ ମ୍ୟାଚ୍ ବାକି ଅଛି, ଯେଉଁଥିରେ ବିରାଟ ନଜର ଆସି ପାରନ୍ତି । ଏବେ ଏକ ଭାଇରାଲ ଫଟୋ ସହିତ, ଅନ୍ତର୍ଜାତୀୟ କ୍ରିକେଟରୁ ତାଙ୍କର ପୂର୍ଣ୍ଣ ଅବସର ନେଇ କଳ୍ପନାଜଳ୍ପନା ଜୋର ଧରିଛି। ଭାଇରାଲ ଫଟୋରେ, କୋହଲି ଗୁଜରାଟ ଟାଇଟାନ୍ସର ସହାୟକ ପ୍ରଶିକ୍ଷକ ନଇମ ଅମିନଙ୍କ ସହିତ ଦେଖିବାକୁ ମିଳିଛି ।
ବିରାଟ କୋହଲି ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ନଇମ ଅମିନଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। କୋହଲିଙ୍କ ଧଳା ଦାଢ଼ି ମଧ୍ୟ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କିଛି ଲୋକ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିରାଟ ତାଙ୍କ କ୍ୟାରିଅରରେ ବିରାମ ଲଗାଇ ପାରନ୍ତି। ଏହି ଫଟୋରେ, ବିରାଟଙ୍କୁ ଏକ ଗ୍ରେ ଟି-ସାର୍ଟ ଏବଂ ନୀଳ ସର୍ଟସରେ ଦେଖିବାକୁ ମିଳିଥିଲା। ପୂର୍ବରୁ, ତାଙ୍କୁ ପୂର୍ବତନ କ୍ରିକେଟର ଶଶି କିରଣଙ୍କ ସହିତ ମଧ୍ୟ ଦେଖିବାକୁ ମିଳିଥିଲା, ଯେଉଁଥିରେ ବିରାଟଙ୍କ ଦାଢ଼ି ସମ୍ପୂର୍ଣ୍ଣ ଧଳା ଥିଲା। ଏହି ଧଳା ଦାଢ଼ି ଦେଖି ଗୁଜବ ଉଡ଼ିବା ଆରମ୍ଭ ହୋଇଥିଲା ଯେ ଏବେ ବିରାଟଙ୍କ ଏକଦିବସୀୟ ମ୍ୟାଚ୍ ଫେରିବା ର ସମ୍ଭାବନା କମ ଲାଗୁଛି ।
ଅନ୍ୟପଟେ ବିରାଟ କୋହଲି ଲଣ୍ଡନରେ ଏକଦିବସୀୟ ମ୍ୟାଚ୍ ଫେରିବା ପାଇଁ ଅଭ୍ୟାସ ଆରମ୍ଭ କରିଛନ୍ତି। ଯଦି ଲଣ୍ଡନରେ ଅଭ୍ୟାସ କରୁଥିବା ରିପୋର୍ଟରେ ସତ୍ୟତା ଥିବ ତେବେ ବିରାଟ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆରେ ଯୋଗ ଦେଇପାରିବେ, ଯେଉଁଠାରେ ଦୁଇ ଦଳ ମଧ୍ୟରେ ୩ଟି ଦିନିକିଆ ମ୍ୟାଚ୍ ଖେଳାଯିବ । ପୂର୍ବରୁ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଅଗଷ୍ଟରେ ବାଂଲାଦେଶ ବିପକ୍ଷ ସିରିଜରେ ହୋଇପାରିଥାନ୍ତା, କିନ୍ତୁ ସେହି ସିରିଜକୁ ଏବେ ସ୍ଥଗିତ ରଖାଯାଇଛି।