ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ। ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ। ହାର୍ଦ୍ଦିକ ପାଣ୍ଡ୍ୟା ଆହତ ଥିବାରୁ ତାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଭାରତୀୟ ଦଳ। ତେବେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିବା ପରେ ଭାରତୀୟ ଦଳର ମନୋବଳ ଦୃଢ ହୋଇଛି। ତେବେ ବିଦେଶ ମାଟିରେ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି ଏବଂ ବିଶେଷ କରି ବ୍ୟାଟିଂ ଉପରେ ଭାରତୀୟ ଦଳ ଲକ୍ଷ୍ୟ ରଖିଛି। ତେବେ ଟି-୨୦ ବିଶ୍ୱକପକୁ ଆଉ ମାତ୍ର ୬ମାସରୁ କମ ସମୟ ବାକି ଥିବା ବେଳେ ସମସ୍ତ ଦଳମାନଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଟି-୨୦ ଶୃଙ୍ଖଳା ଦେଖିବା ପାଇଁ କ୍ରିକେଟ ପ୍ରେମୀମାନେ ଉତ୍ସାହର ସହିତ ଅନେଇ ରହିଛନ୍ତି।
ସୂଚନା ଅନୁସାରେ , ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ। ସନ୍ଧ୍ୟା ସାଢ଼େ ୭ଟାରେ ଦକ୍ଷିଣ ଆଫ୍ରିକାର କିଙ୍ଗସମିଡରେ ଖେଳାଯିବ ଏହି ମ୍ୟାଚ୍। ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନଥିବାରୁ ସୂର୍ଯ୍ୟକୁମାର ଯାଦବ ଟି-୨୦ ସିରିଜରେ ଭାରତୀୟ ଦଳର ନେତୃତ୍ୱ ନେବେ। ଏହି ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ଏହି ଶୃଙ୍ଖଳାରେ ଭାରତୀୟ ଦଳ ପକ୍ଷରୁ ରୋହିତଙ୍କ ଅନୁପସ୍ଥିତିରେ କେଏଲ୍ ରାହୁଲ୍ ଦିନିକିଆ ଶୃଙ୍ଖଳାରେ ଭାରତୀୟ ଦଳର ନେତୃତ୍ବ ନେବେ। ଏଥିପାଇଁ ଉଭୟ ଟିମ୍ ଜୋରଦାର ଅଭ୍ୟାସ ମଧ୍ୟ ଜାରି ରଖିଛନ୍ତି। ସିରିଜ୍ ଆରମ୍ଭ ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମକୁ ଲାଗିଛି ଜୋରଦାର ଝଟକା କାରଣ ଦ୍ରୁତ ବୋଲର ଲୁଙ୍ଗି ଏନଗିଡି ଆହତ ହୋଇପଡିଥିବାରୁ ସେ ଏହି ମ୍ୟାଚରୁ ବାଦ ପଡିଛନ୍ତି। ତେବେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିବା ପରେ ଭାରତୀୟ ଦଳର ମନୋବଳ ଦୃଢ ହୋଇଛି ଏବଂ ଏହି ରୋମାଞ୍ଚକର ସିରିଜକୁ ଦେଖିବା ପାଇଁ ମଧ୍ୟ ଭାରତୀୟ କ୍ରିକେଟ ପ୍ରେମୀମାନେ ବେଶ ଉତ୍ସାହିତ ଅଛନ୍ତି।
ଅଧିକ ପଢନ୍ତୁ ; କଙ୍ଗାରୁ ଦଳକୁ ଶେଷ ଟି-ଟ୍ବେଣ୍ଟି ମ୍ୟାଚରେ ୬ ରନରେ ପରାସ୍ତ କଲା ଭାରତ