ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର୍ ମହମ୍ମଦ ଶାମୀଙ୍କୁ ହତ୍ୟା ଧମକ ଆସିଛି । ଏକ କୋଟି ଟଙ୍କା ଦେବାକୁ ଦୁର୍ବୃତ୍ତ ଦାବି କରିଛନ୍ତି । ଏ ନେଇ ଶାମିଙ୍କ ଭାଇ ହସିବ ଉତ୍ତର ପ୍ରଦେଶର ଅମରୋହା ଥାନାରେ ଅଭିଯୋଗ କରିଛନ୍ତି ।
ଗତ ରବିବାର ମହମ୍ମଦ ଶାମୀଙ୍କୁ ଧମକ ପୂର୍ଣ୍ଣ ମେଲ୍ ଆସିଛି । ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦିଆଯାଇଛି । ମେଲରେ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରାଯାଇଛି । ମେଲରେ ଲେଖାଯାଇଛି ଯେ ଆମେ ତୁମକୁ ହତ୍ୟା କରିଦେବୁ । ସରକାର ଆମର କିଛି କରିପାରିବେ ନାହିଁ। ମେଲରେ ଶାମିଙ୍କଠାରୁ ୧ କୋଟି ଟଙ୍କା ଦାବି କରାଯାଇଛି । ମହମ୍ମଦ ଶାମୀଙ୍କ ଭାଇ ହସିବ ଅମରାହୋ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ ଏକ ଲିଖିତ ଅଭିଯୋଗ ଦାଖଲ କରିଛି ।
ଅମରୋହା ପୋଲିସ କହିଛି ଯେ, କ୍ରିକେଟର ମହମ୍ମଦ ଶାମୀଙ୍କ ଭାଇ ହସିବ ପୋଲିସକୁ କହିଛନ୍ତି ଯେ ତାଙ୍କ ଭାଇଙ୍କୁ ଇମେଲ୍ ମାଧ୍ୟମରେ ହତ୍ୟା ଧମକ ଦିଆଯାଇଛି। ଇମେଲରେ ବାଙ୍ଗାଲୋରର ଜଣେ ବ୍ୟକ୍ତି ଏକ କୋଟି ଟଙ୍କା ଦାବି କରିଛନ୍ତି । ଯଦି ଏକ କୋଟି ଟଙ୍କା ନ ଦିଆଯାଏ, ତେବେ ସେ ଶାମିଙ୍କୁ କ୍ଷତି ପହଞ୍ଚାଇବେ । ଭାଇଙ୍କ ଅଭିଯୋଗ ଆଧାରରେ ଅମରୋହାର ସାଇବର ପୋଲିସ ଷ୍ଟେସନ୍ ଏକ ମାମଲା ରୁଜୁ କରାଯାଇଛି । ଇମେଲ୍ ପଠାଇଥିବା ବ୍ୟକ୍ତିଙ୍କୁ ଖୋଜିବାକୁ ତଦନ୍ତ ଜାରି ରହିଥିବା ପୋଲିସ କବିଛି ।
ମହମ୍ମଦ ଶାମି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଖେଳୁଛନ୍ତି ।