ମୁମ୍ବାଇ: ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଦିନିକିଆ ଏବଂ ଟି-୨୦ରେ ନମ୍ବର-୧ । କିନ୍ତୁ ନାଲି ବଲ କ୍ରିକେଟରେ ଚତୁର୍ଥ ସ୍ଥାନକୁ ଖସି ଯାଇଛି। ସୋମବାର ଆଇସିସି ଦ୍ବାରା ପ୍ରକାଶିତ ବାର୍ଷିକ ମାନ୍ୟତାରେ ୨୦୨୩ ବିଶ୍ବକପ୍ ଉପ-ବିଜେତା ଟିମ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିର ବିଜୟ ପରେ ଦିନିକିଆ ତାଲିକାର ଶୀର୍ଷରେ ରହିଛି। ଚାମ୍ପିଅନ୍ସ ଟ୍ରଫି ଉପବିଜେତା ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ, ଶ୍ରୀଲଙ୍କା ଚତୁର୍ଥ, ପାକିସ୍ତାନ ପଞ୍ଚମ, ଦକ୍ଷିଣ ଆଫ୍ରିକା ଷଷ୍ଠ, ଆଫଗାନିସ୍ତାନ ସପ୍ତମ, ଇଂଲଣ୍ଡ ଅଷ୍ଟମ, ୱେଷ୍ଟଇଣ୍ଡିଜ୍ ନବମ ଓ ବାଂଲାଦେଶ ଦଶମ ସ୍ଥାନରେ ରହିଛନ୍ତି । ସେହିପରି ଟି-୨୦ରେ ଭାରତ ଭଲ ପ୍ରଦର୍ଶନ କରି ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିଛି କଙ୍ଗାରୁ ଦଳ ଅଷ୍ଟ୍ରେଲିଆ । ତେବେ ଯଦି ତେଖା ଯାଏ ତାହାଲେ ପ୍ରଥମ ଥର ପାଇଁ ଟି-୨୦ ରେ ୧୦୦ଟି ଦେଶକୁ ଏହି ତାଲିକାରେ ସାମିଲ କରାଯାଇଛି । ତୃତୀୟ ଓ ଚତୁର୍ଥ ସ୍ଥାନରେ ଇଂଲଣ୍ଡ , ନ୍ୟୁଜିଲ୍ୟାଣ୍ଡ ରହିଥିବା ବେଳେ ୱେଷ୍ଟ ଇଂଣ୍ଡିଜ, ଦକ୍ଷିଣ ଆଫ୍ରିକା ୫ମ ଏବଂ ୬ଷ୍ଟ ସ୍ଥାନରେ ରହିଛନ୍ତି । ସେହିପରି ଟେଷ୍ଟରେ ଅଷ୍ଟ୍ରେଲିଆ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଦ୍ବିତୀୟରେ ଇଂଲଣ୍ଡ ଓ ତୃତୀୟରେ ରହିଛି ଦକ୍ଷିଣ ଆଫ୍ରିକା । ପାକିସ୍ତାନ ଏହି ତାଲିକାର ୭ମ ସ୍ଥାନରେ ରହିଛି ।