କଙ୍ଗାରୁ ଦଳକୁ ଶେଷ ଟି-ଟ୍ବେଣ୍ଟି ମ୍ୟାଚରେ ୬ ରନରେ ପରାସ୍ତ କରିଛି ଭାରତ। ଏଥିସହ ଏହି ଟି-ଟ୍ବେଣ୍ଟିର ୫ଟିକିଆ ସିରିଜକୁ ୪-୧ରେ କବଜା କରିଛି ଟିମ୍ ଇଣ୍ଡିଆ। ଶେଷ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୬୦ ରନ୍ କରିଥିଲା। ୧୬ ଓଭର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ଅଷ୍ଟ୍ରେଲିଆ କରିଥିଲା ୧୨୪ ରନ କରିଥିଲା ଏହାପରେ ୨୦ ଓଭରରେ ଅଷ୍ଟ୍ରେଲିଆ ଦଳ ୮ ୱିକେଟ ହରାଇ ୧୫୪ ରନ କରିଥିଲେ। ବିଶେଷ କରି ଯୁବ ଖେଳାଳିଙ୍କୁ ନେଇ ଗଠିତ ସୂର୍ଯ୍ୟକୁମାର ଯାଦବଙ୍କ ଦଳର ଏହି ବିଜୟ ଆସନ୍ତା ବର୍ଷର ଟି ଟ୍ବେଣ୍ଟି ବିଶ୍ୱକଫ ପାଇଁ ଅନେକ ମହତ୍ୱ ରଖିଛି।
ସୂଚନା ଅନୁସାରେ , ଅଷ୍ଟ୍ରେଲଆ ବିପକ୍ଷ ଶେଷ ଟି-ଟ୍ବେଣ୍ଟି ଜିତିଲା ଭାରତ। ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ହେଉଥିବା ଏହି ଟି- ଟ୍ୱେଣ୍ଟି ମ୍ୟାଚକୁ ଭାରତ ୪-୧ରେ ଜିତି ଯାଇଛି। ଗତକାଲି ମ୍ୟାଚରେ ଭାରତ ୨୦ ଓଭରରେ ୧୬୦ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ଦଳ ୧୫୪ ରନରେ ଅଲଆଉଟ ହୋଇଯାଇଥିଲେ। ଏହି ୫ଟିକିଆ ସିରିଜରେ ପ୍ରଥମେ ଭାରତ ୨ଟି ମ୍ୟାଚ ଜିତିଯାଇଥିବା ବେଳେ ତୃତୀୟ ମ୍ୟାଚଟି ଭାତର ହାତରୁ ଖସି ଯାଈଥିନ କିନ୍ତୁ ପୁଣି ବାଘ ଏବଂ କଙ୍ଗାରୁ ମଧ୍ୟ ହୋଇଥିବା ଶେଷ ଦୁଇଟି ମ୍ୟାଚକୁ ନିଜ କବଜାକୁ ନେଇ ଆସିଥିଲା ଭାରତ। ମୁକେଶ କୁମାର ୩ ୱିକେଟ ନେଇଥିବା ବେଳେ ରବି ବିଷ୍ଣୋୟୀ ଓ ଅର୍ଶଦୀପ ସିଂହଙ୍କୁ ଦୁଇଟି ଲେଖାଏଁ ୱିକେଟ ମିଳିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ବେନ ଡେର ମୋଟ ସର୍ବାଧିକ ୫୪ ରନ କରିଥିଲେ । ପୂର୍ବରୁ ଶ୍ରେୟସ ଆୟରଙ୍କ ୫୩ ଓ ଅକ୍ଷର ପଟେଲଙ୍କ ୩୧ ରନ ବଳରେ ଭାରତ ୮ ୱିକେଟ ହରାଇ ୧୬୦ ରନ କରିଥିଲା। ଏହି ରୋମାଞ୍ଚକର ମ୍ୟାଚ ଦେଖିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।
ଅଧିକ ପଢନ୍ତୁ ; FIH ମହିଳା ହକି ଜୁନିଅର ବିଶ୍ୱକପରେ ୫ ଓଡ଼ିଆ