ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ରେ ଏ ପର୍ଯ୍ୟନ୍ତ ୫୪ଟି ମ୍ୟାଚ୍ ଖେଳ ସରିଛି । ଏବେ ପ୍ରତିଟି ମ୍ୟାଚ୍ ପ୍ଲେ ଅଫ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପ୍ଲେ ଅଫ ଦୌଡରୁ ବାଦ୍ ପଡି ସାରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବାଦ୍ ପଡିବାର ଦ୍ୱାର ଦେଶରେ ରହିଛି । ଆଉ ବାକି ୭ଟି ଦଳ ମଧ୍ୟରେ କଡା ଟକ୍କର ଜାରି ରହିଛି । ଚାଲନ୍ତୁ ଜାଣିବା ସବୁ ଦଳର ପ୍ଲେ ଅଫରେ ପହଞ୍ଚିବା ପାଇଁ କଣ ରହିଛି ସମୀକରଣ ।
ଆରସିବି ଓ ପିବିକେଏସ
ରଜତ ପତିଦାରଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବର୍ତ୍ତମାନ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି । ଦଳ ୧୧ଟି ମ୍ୟାଚ୍ ରୁ ୮ଟିରେ ବିଜୟୀ ହୋଇଛି ଏବଂ ୧୬ ପଏଣ୍ଟ ପାଇଛି। କିନ୍ତୁ ଦଳ ଏପର୍ୟ୍ୟନ୍ତ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିନାହିଁ । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଆରସିବି ପ୍ଲେ ଅଫକୁ ଉନ୍ନିତ ହେବ । ସେହିପରି ପଞ୍ଜାବ କିଙ୍ଗ୍ସ ୧୧ଟି ମ୍ୟାଚ୍ ରୁ ୭ଟିରେ ବିଜୟୀ ହୋଇଛି ଏବଂ ଗୋଟିଏ ମ୍ୟାଚ୍ ବାତିଲ ହୋଇଛି । ଦଳ ୧୫ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି। ଆଉ ଗୋଟିଏ ମ୍ୟାଚ୍ ଜିତିବା ଦ୍ୱାରା ଦଳ ୧୭ ପଏଣ୍ଟରେ ପହଞ୍ଚିବ । ଫଳରେ ଦଳର ପ୍ଲେ ଅଫରେ ପହଞ୍ଚିବାର ମାର୍ଗ ଟିକେ ସହଜ ହେବ । କିନ୍ତୁ ବର୍ତ୍ତମାନ ୫ଟି ଦଳ ୧୮ ପଏଣ୍ଟରେ ପହଞ୍ଚିପାରିବେ । ଏପରି ପରିସ୍ଥିତିରେ ପଞ୍ଜାବକୁ ୩ ମ୍ୟାଚ୍ ରୁ ୨ଟି ଜିତିବାକୁ ପଡିବ।
ମୁମ୍ବାଇ, ଗୁଜରାଟ, ଦିଲ୍ଲୀ ମଧ୍ୟରେ କଡା ଟକ୍କର
ମୁମ୍ବାଇ ଇଣ୍ଡିଆନ୍ସ ୧୧ଟି ମ୍ୟାଚ୍ ରୁ ୭ଟିରେ ବିଜୟୀ ହୋଇଛି ଏବଂ ଦଳର ନେଟ୍ ରନ୍ ରେଟ୍ ସବୁଠୁ ଭଲ (୧.୨୭୪) ରହିଛି । ଦଳଟି ୧୪ ପଏଣ୍ଟ ସହିତ ତୃତୀୟ ସ୍ଥାନରେ ଅଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ମୁମ୍ବାଇକୁ ୩ଟି ମ୍ୟାଚ୍ ରୁ ଅତି କମରେ ୨ଟି ଜିତିବାକୁ ପଡିବ, ଯଦି ଦଳର ନେଟ୍ ରନ୍ ରେଟ୍ ଭଲ ହୁଏ ତେବେ ୧୮ ପଏଣ୍ଟ ସହିତ ପ୍ଲେଅଫରେ ପହଞ୍ଚିବା ନିଶ୍ଚିତ। ଗୁଜରାଟ ଟାଇଟନ୍ସର ଏବେ ବି ୪ଟି ମ୍ୟାଚ୍ ବାକି ଅଛି, ଯେଉଁଥିରୁ ୩ଟି ମ୍ୟାଚ୍ ଜିତିବାକୁ ପଡିବ। ଦୁଇଟି ବିଜୟ ସହିତ, ଦଳ୧୮ ପଏଣ୍ଟରେ ପହଞ୍ଚିବ । ସମୀକରଣ ଦେଖିଲେ ବର୍ତ୍ତମାନ ୧୮ ପଏଣ୍ଟ ସହ ଉନ୍ନତ ରେନଟ ରେଟ୍ ରଖିଲେ ହେଁ ଦଳ ପ୍ଲେ ଅଫକୁ ପ୍ରବେଶ କରି ପାରିବ ।
ଦିଲ୍ଲୀ କ୍ୟାପିଟାଲ୍ସ ଉପରେ ନଜର ପକାଇଲେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ଦଳ ଉପରେ ଚାପ ରହିଛି। ଦଳ ୧୦ଟି ମ୍ୟାଚ୍ ରୁ ୬ଟିରେ ବିଜୟୀ ହୋଇଛି ଏବଂ ୧୨ ପଏଣ୍ଟ ସହିତ ପଞ୍ଚମ ସ୍ଥାନରେ ଅଛି। ବର୍ତ୍ତମାନ, ଦିଲ୍ଲୀକୁ ସମସ୍ତ ଚାରୋଟି ମ୍ୟାଚ୍ ଜିତିବାକୁ ପଡିବ କିନ୍ତୁ ତିନୋଟି ମ୍ୟାଚ୍ ଜିତିଲେ ଦଳ ପ୍ଲେଅଫରେ ପହଞ୍ଚିବାର ସମ୍ଭାବନା ରହିବ ।
କେକେଆର ଏବଂ ଏଲଏସଜିର ଆଶା ଉଜ୍ଜିବୀତ
ରବିବାର ରାଜସ୍ଥାନକୁ ପରାସ୍ତ କରି କୋଲକାତା ପ୍ଲେଅଫରେ ପହଞ୍ଚିବାର ଆଶାକୁ ଉଜ୍ଜୀବିତ ରଖିଛି। ୧୧ ମ୍ୟାଚ୍ ପରେ ଦଳ ୧୧ ପଏଣ୍ଟ ଅର୍ଜନ କରିଛି । ଅବଶିଷ୍ଟ ୩ ମ୍ୟାଚ୍ ବାକି ଅଛି ଏବଂ ସମସ୍ତ ମ୍ୟାଚ୍ ଜିତି ଦଳ ୧୭ ପଏଣ୍ଟରେ ପହଞ୍ଚିପାରିବେ। ଏପରି ପରିସ୍ଥିତିରେ,ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ରହିବାକୁ ପଡିବ । ଲକ୍ଷ୍ନୌ ସୁପରଜାଏଣ୍ଟସ୍ ଏବେ କେକେଆରଠାରୁ ପଛରେ ର ହିଛି । ହ୍ୟାଟ୍ରିକ ପରାଜୟ ପରେ ଦଳ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନକୁ ଖସି ଆସିଛି । ଦଳ ୧୦ ପଏଣ୍ଟ ଅଛି ଏବଂ ୩ଟି ମ୍ୟାଚ୍ ବାକି ଅଛି। ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଲକ୍ଷ୍ନୌକୁ ସମସ୍ତ ୩ଟି ମ୍ୟାଚ୍ ଜିତିବାକୁ ପଡିବ । ତଥାପି ପ୍ଲେଅଫରେ ପହଞ୍ଚିବା ନିଶ୍ଚିତ ନୁହେଁ କିନ୍ତୁ ଅନ୍ୟ ଦଳର ଫଳାଫଳ ସମୀକରଣକୁ ବଦଳାଇ ବିଗାଡି ପାରିବ ଲକ୍ଷ୍ନୌ ।